ଟାଟା ଗ୍ରୁପର ବଡ଼ ପଦକ୍ଷେପ, ଏହି କମ୍ପାନିର କୋଟି କୋଟି ସେୟାର ବିକ୍ରି କରିବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ଟାଟ ସନ୍ସ ନିଜର ୨.୩୪ କୋଟି ସେୟାରକୁ ନିଜ ହୋଲ୍ଡି କମ୍ପାନି ଟାଟା କନସଲଟେନ୍ସି ସର୍ଭିସେସରୁ ବିକ୍ରି କରିବା ପାଇଁ ପ୍ରସ୍ତୁତି କରୁଛି । ବ୍ଲୁମବର୍ଗ ଅନୁସାରେ ଭାରତର ସବୁଠୁ ବଡ଼ ସଫ୍ଟୱେର ସର୍ଭିସେସ୍ ପ୍ରଦାନକାରୀ କମ୍ପାନି ଟିସିଏସର ୨.୨୪ କୋଟି ସେୟାର ଟାଟା ସନ୍ସ ବିକ୍ରି କରିବା ପାଇଁ ପ୍ରସ୍ତବ ଦେଇଛି । ବ୍ଲକ୍ ଡିଲ୍ ପାଇଁ ଫ୍ଲୋର ପ୍ରାଇସ୍ ୪୦୦୧ ଟଙ୍କା ରହିଛି । ଅର୍ଥାତ୍ ଏହି ବିକ୍ରିରୁ ଟାଟା ସନ୍ସକୁ ୯୩୦୦ କୋଟି ଟଙ୍କାର ଲାଭ ହେବ । ଉଲ୍ଲେଖଯୋଗ୍ୟ ଯେ ସୋମବାର କ୍ଲୋଜିଂ ତୁଳନାରେ ଫ୍ଲୋର ପ୍ରାଇସ୍ ୩.୬ ପ୍ରତିଶତ ଶସ୍ତା ରହିଛି ।ପଢନ୍ତୁ: ଭାରତରେ ଅଭିବୃଦ୍ଧି ହାର, ନିବେଶ ବୃଦ୍ଧିର ପ୍ରତିଫଳନ; ମୋର୍ଗାନ ଷ୍ଟାନଲି ରିପୋର୍ଟ, GDPକୁ ବଳ ଦେଉଛି ପୁଞ୍ଜି ଖର୍ଚ୍ଚଟିସିଏସରେ ଟାଟା ସନ୍ସର ମୋଟ ଅଂଶ ୭୨.୩୮ ପ୍ରତିଶତ ରହିଛି । ଗତ ଏକ ବର୍ଷରେ କମ୍ପାନିର ସେୟାର ମୂଲ୍ୟରେ ୩୦ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ସୋମବାର କମ୍ପାନିର ସେୟାର ୪୨୫୨.୪୫ ଟଙ୍କା ସ୍ତର ଛୁଇଁଥିଲା । ତେବେ ବଜାର ଶେଷ ହେବା ବେଳକୁ ଏହାର ପ୍ରତି ସେୟାର ମୂଲ୍ୟ ୧.୭ ପ୍ରତିଶତ କମି ୪୧୪୪.୭୫ ଟଙ୍କା ସ୍ତରକୁ ଖସି ଆସିଥିଲା । ଟିସିଏସର ମାର୍କେଟ୍ କ୍ୟାପ ବର୍ତ୍ତମାନ ସମୟରେ ୧୫ ଲକ୍ଷ କୋଟି ଟଙ୍କା ରହିଛି । କମ୍ପାନି ଭାରତର ଦ୍ୱିତୀୟ ସବୁଠୁ ଅଧିକ ମାର୍କେଟ୍ କ୍ୟାପ ଥିବା କମ୍ପାନି । ଟିସିଏସ ଉପରେ କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରି
ନୂଆଦିଲ୍ଲୀ: ଟାଟ ସନ୍ସ ନିଜର ୨.୩୪ କୋଟି ସେୟାରକୁ ନିଜ ହୋଲ୍ଡି କମ୍ପାନି ଟାଟା କନସଲଟେନ୍ସି ସର୍ଭିସେସରୁ ବିକ୍ରି କରିବା ପାଇଁ ପ୍ରସ୍ତୁତି କରୁଛି । ବ୍ଲୁମବର୍ଗ ଅନୁସାରେ ଭାରତର ସବୁଠୁ ବଡ଼ ସଫ୍ଟୱେର ସର୍ଭିସେସ୍ ପ୍ରଦାନକାରୀ କମ୍ପାନି ଟିସିଏସର ୨.୨୪ କୋଟି ସେୟାର ଟାଟା ସନ୍ସ ବିକ୍ରି କରିବା ପାଇଁ ପ୍ରସ୍ତବ ଦେଇଛି । ବ୍ଲକ୍ ଡିଲ୍ ପାଇଁ ଫ୍ଲୋର ପ୍ରାଇସ୍ ୪୦୦୧ ଟଙ୍କା ରହିଛି । ଅର୍ଥାତ୍ ଏହି ବିକ୍ରିରୁ ଟାଟା ସନ୍ସକୁ ୯୩୦୦ କୋଟି ଟଙ୍କାର ଲାଭ ହେବ । ଉଲ୍ଲେଖଯୋଗ୍ୟ ଯେ ସୋମବାର କ୍ଲୋଜିଂ ତୁଳନାରେ ଫ୍ଲୋର ପ୍ରାଇସ୍ ୩.୬ ପ୍ରତିଶତ ଶସ୍ତା ରହିଛି ।
ପଢନ୍ତୁ: ଭାରତରେ ଅଭିବୃଦ୍ଧି ହାର, ନିବେଶ ବୃଦ୍ଧିର ପ୍ରତିଫଳନ; ମୋର୍ଗାନ ଷ୍ଟାନଲି ରିପୋର୍ଟ, GDPକୁ ବଳ ଦେଉଛି ପୁଞ୍ଜି ଖର୍ଚ୍ଚ
ଟିସିଏସରେ ଟାଟା ସନ୍ସର ମୋଟ ଅଂଶ ୭୨.୩୮ ପ୍ରତିଶତ ରହିଛି । ଗତ ଏକ ବର୍ଷରେ କମ୍ପାନିର ସେୟାର ମୂଲ୍ୟରେ ୩୦ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ସୋମବାର କମ୍ପାନିର ସେୟାର ୪୨୫୨.୪୫ ଟଙ୍କା ସ୍ତର ଛୁଇଁଥିଲା । ତେବେ ବଜାର ଶେଷ ହେବା ବେଳକୁ ଏହାର ପ୍ରତି ସେୟାର ମୂଲ୍ୟ ୧.୭ ପ୍ରତିଶତ କମି ୪୧୪୪.୭୫ ଟଙ୍କା ସ୍ତରକୁ ଖସି ଆସିଥିଲା ।
ଟିସିଏସର ମାର୍କେଟ୍ କ୍ୟାପ ବର୍ତ୍ତମାନ ସମୟରେ ୧୫ ଲକ୍ଷ କୋଟି ଟଙ୍କା ରହିଛି । କମ୍ପାନି ଭାରତର ଦ୍ୱିତୀୟ ସବୁଠୁ ଅଧିକ ମାର୍କେଟ୍ କ୍ୟାପ ଥିବା କମ୍ପାନି । ଟିସିଏସ ଉପରେ କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଛି ।