ଦେବେନ୍ଦ୍ର ଫଡନବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ଏକନାଥ ଏବଂ ଅଜିତଙ୍କୁ ମିଳିବ ଉପ-ମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ,୨୬।୧୧: କିଏ ହେବ ମହାରାଷ୍ଟ୍ର ବସ୍ । ଦେବେନ୍ଦ୍ର ଫଡ଼ନବିସ୍, ଏକନାଥ ସିନ୍ଦେ ନା  ଅଜିତ୍ ପାଓ୍ବାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଅଡ଼ୁଆ । ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପିର ଶୀର୍ଷ ନେତୃତ୍ବ ଦେବେନ୍ଦ୍ର ଫଡନବିସଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ଏହି ପ୍ରସ୍ତାବକୁ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପି ଗୋଷ୍ଠୀ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି  ।ସେହିପରି ବର୍ତ୍ତମାନର ମହାରାଷ୍ଟ୍ର ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବ । ମୁଖ୍ୟମନ୍ତ୍ରୀ ଅଡ଼ୁଆ ନତୁଟିବାରୁ ମହାୟୁତିର ୩ ନେତା ତଥା ଦେବେନ୍ଦ୍ର ଫଡନବିସ୍, ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ସୋମବାର ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ୩୬ ଘଣ୍ଟା ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଗଠନର ରୂପରେଖ ଚୂଡାନ୍ତ ହୋଇଛି । ଏକ ସୂତ୍ରରୁ ଜଣାପଡ଼ିଛି, ସନ୍ଦେଙ୍କ ଶିବସେନାକୁ ପ୍ରାୟ ୧୨ ମନ୍ତ୍ରୀ ପଦ ମିଳିପାରେ । ଏଥିରେ କିଛି ପ୍ରମୁଖ ବିଭାଗ ମଧ୍ୟ ରହିବ । ଅଜିତ୍ ପାଓ୍ବାରଙ୍କ ଏନସିପିକୁ ୧୦ ମନ୍ତ୍ରୀ ପଦ । ସେହିପରି ବଡ଼ ଦଳ ଭାବେ ବିଜେପିକୁ ୨୧ଟି ମନ୍ତ୍ରୀ ପଦ ମିଳିବ । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ଗୃହ

ଦେବେନ୍ଦ୍ର ଫଡନବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ଏକନାଥ ଏବଂ ଅଜିତଙ୍କୁ ମିଳିବ ଉପ-ମୁଖ୍ୟମନ୍ତ୍ରୀ ପଦ

ନୂଆଦିଲ୍ଲୀ,୨୬।୧୧: କିଏ ହେବ ମହାରାଷ୍ଟ୍ର ବସ୍ । ଦେବେନ୍ଦ୍ର ଫଡ଼ନବିସ୍, ଏକନାଥ ସିନ୍ଦେ ନା  ଅଜିତ୍ ପାଓ୍ବାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଅଡ଼ୁଆ । ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପିର ଶୀର୍ଷ ନେତୃତ୍ବ ଦେବେନ୍ଦ୍ର ଫଡନବିସଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ଏହି ପ୍ରସ୍ତାବକୁ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପି ଗୋଷ୍ଠୀ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି  ।

ସେହିପରି ବର୍ତ୍ତମାନର ମହାରାଷ୍ଟ୍ର ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବ । ମୁଖ୍ୟମନ୍ତ୍ରୀ ଅଡ଼ୁଆ ନତୁଟିବାରୁ ମହାୟୁତିର ୩ ନେତା ତଥା ଦେବେନ୍ଦ୍ର ଫଡନବିସ୍, ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ସୋମବାର ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ୩୬ ଘଣ୍ଟା ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଗଠନର ରୂପରେଖ ଚୂଡାନ୍ତ ହୋଇଛି । ଏକ ସୂତ୍ରରୁ ଜଣାପଡ଼ିଛି, ସନ୍ଦେଙ୍କ ଶିବସେନାକୁ ପ୍ରାୟ ୧୨ ମନ୍ତ୍ରୀ ପଦ ମିଳିପାରେ । ଏଥିରେ କିଛି ପ୍ରମୁଖ ବିଭାଗ ମଧ୍ୟ ରହିବ । ଅଜିତ୍ ପାଓ୍ବାରଙ୍କ ଏନସିପିକୁ ୧୦ ମନ୍ତ୍ରୀ ପଦ । ସେହିପରି ବଡ଼ ଦଳ ଭାବେ ବିଜେପିକୁ ୨୧ଟି ମନ୍ତ୍ରୀ ପଦ ମିଳିବ । 

ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ଗୃହ, ଅର୍ଥ, ସହରୀ ବିକାଶ ଏବଂ ରାଜସ୍ବ ବିଭାଗ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି । ବିଶେଷ କରି ବିଜେପି ଗୃହ ଏବଂ ଅର୍ଥ ବିଭାଗ ଉପରେ ଜୋର୍ ଦେଉଛି । ଏନେଇ ସହଯୋଗ ଦଳମାନଙ୍କ ସହିତ ଆଲୋଚନା ଜାରି ରହିଛି । ଆଜି ଏବଂ ଆସନ୍ତାକାଲି ଭିତରେ ମହାରାଷ୍ଟ୍ର ମନ୍ତିମଣ୍ଡଳର ଚିତ୍ର ସ୍ପଷ୍ଟ ହେବ ।...