ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବେପରୁଆ ଗାଡିଚାଳନା, ମଦ୍ୟପ ଗାଡ଼ି ଚଳାଇବା, ବିନା ହେଲମେଟ, ବିନା ସିଟବେଲ୍ଟ ବ୍ୟବହାରରେ ଗାଡ଼ିଚଳାଇବା ସହ ଗାଡି ମୋଟର ଚଳାଇବା ସମୟରେ ମୋବାଇଲରେ କଥା ହୋଇ ଗାଡ଼ିଚାଳନା, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯାଇ ମୋଟ୍‌ ୩୨ଟି ଚାଲାଣ କଟାଯିବା ସହ ୨ ଲକ୍ଷ ୬୦ […] The post ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା appeared first on Dharitri Odia News.

ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବେପରୁଆ ଗାଡିଚାଳନା, ମଦ୍ୟପ ଗାଡ଼ି ଚଳାଇବା, ବିନା ହେଲମେଟ, ବିନା ସିଟବେଲ୍ଟ ବ୍ୟବହାରରେ ଗାଡ଼ିଚଳାଇବା ସହ ଗାଡି ମୋଟର ଚଳାଇବା ସମୟରେ ମୋବାଇଲରେ କଥା ହୋଇ ଗାଡ଼ିଚାଳନା, ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯାଇ ମୋଟ୍‌ ୩୨ଟି ଚାଲାଣ କଟାଯିବା ସହ ୨ ଲକ୍ଷ ୬୦ ହଜାର ଜରିମାନା ବାବଦକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଥିବା ଫୁଲବାଣୀ ଟ୍ରାଫିକ୍‌ ସବଇନ୍ସପେକ୍ଟର ଶିବାନୀ ମାଝୀ କହିଛନ୍ତି।
ସେ କହିଛନ୍ତି, ପ୍ରତିଦିନ କନ୍ଧମାଳ ଜିଲାରେ ଏଭଳି ଗାଡ଼ିମୋଟର ଯାଞ୍ଚ କରାଯାଉଥିବା ବେଳେ ପ୍ରତି ସପ୍ତାହରେ ଦାରିଙ୍ଗବାଡି ଅଞ୍ଚଳରେ ଏହି ପ୍ରକ୍ରିୟା କରାଯାଉଛି। ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର କଫି ବଗିଚା ନିକଟରେ ଏହି ଯାଞ୍ଚ କରାଯାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଦୁର୍ଘଟଣା ଶୂନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି, ଆମେ ମଧ୍ୟ ଏହାକୁ ଗୁରୁତ୍ୱ ଦେଉଛୁ।

The post ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା appeared first on Dharitri Odia News.