ଗଛର ଆଧାର କାର୍ଡ
ଆଜିକାଲି ଭାରତରେ ଆଧାରକାର୍ଡ ସମସ୍ତ କାର୍ଯ୍ୟ ପାଇଁ ବାଧ୍ୟତା ମୂଳକ ହୋଇ ସାରିଲାଣି । ତେବେ କେବଳ ମଣିଷନୁହେଁ କାଶ୍ମୀରରେ ଥିବା ଗଛ ମାନଙ୍କର ମଧ୍ୟ ଆଧାର କାର୍ଡ ରହିଛି । ସୂଚନା ଅନୁସାରେ କାଶ୍ମୀରର ପୁଲୱାମାରେ ଥିବା ଚିନାର ଗଛ ଗୁଡିକର ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ଏଗୁଡିକୁ ସମ୍ପୃକ୍ତ ଗଛ ଗୁଡିକରେ ଟଙ୍ଗା ଯାଇଛି ମଧ୍ୟ । ତେବେ ଏହାପଛରେ ଖୁବ ଗୁରୁତର କାରଣ ରହିଛି । ଏଠାରେ ଚିନାର ଗଛର ଚୋରା […]

ଆଜିକାଲି ଭାରତରେ ଆଧାରକାର୍ଡ ସମସ୍ତ କାର୍ଯ୍ୟ ପାଇଁ ବାଧ୍ୟତା ମୂଳକ ହୋଇ ସାରିଲାଣି । ତେବେ କେବଳ ମଣିଷନୁହେଁ କାଶ୍ମୀରରେ ଥିବା ଗଛ ମାନଙ୍କର ମଧ୍ୟ ଆଧାର କାର୍ଡ ରହିଛି । ସୂଚନା ଅନୁସାରେ କାଶ୍ମୀରର ପୁଲୱାମାରେ ଥିବା ଚିନାର ଗଛ ଗୁଡିକର ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ଏଗୁଡିକୁ ସମ୍ପୃକ୍ତ ଗଛ ଗୁଡିକରେ ଟଙ୍ଗା ଯାଇଛି ମଧ୍ୟ । ତେବେ ଏହାପଛରେ ଖୁବ ଗୁରୁତର କାରଣ ରହିଛି । ଏଠାରେ ଚିନାର ଗଛର ଚୋରା ଚାଲାଣ ବଢି ଚାଲିଛି । ଚୋରା ଚାଲାଣକାରୀମାନେ ଏହି ଗଛ ଗୁଡିକ ପ୍ରଶାସନ ନଜର ଆଢୁଆଳରେ କାଟିବାରେ ଲାଗିଛନ୍ତି । ଏହାକୁ ରୋକିବାକୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଡିଜିଟାଲ କାର୍ଡ ମାଧ୍ୟମରେ ଗଛକୁ କିଏ କାଟିଲେ ତାହାକୁ ଟ୍ରାକ କରାଯାଇପାରିବ । ସୋସିଆଲ ମିଡିଆରେ ଏହାକୁ ଖୁବ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି ।