କଳସ ରଖିବାର ନିୟମ

ତମ୍ବାକୁ ଜ୍ୟେତିଷ ଶାସ୍ତ୍ରରେ ଏକ ମହତ୍ୱପୂର୍ଣ୍ଣ ଧାତୁ ଭାବେ ବିବେଚନା କରାଯାଇଥାଏ । ଏହାର ପ୍ରଭାବ ଅନେକ ଗ୍ରହ ଓ ରାଶିଙ୍କ ଉପରେ ପଡିଥାଏ । ତେଣୁ ଘରେ ତମ୍ବାର କଳସ ରଖିବାର ଅନେକ ନିୟମ ରହିଛି, ଯାହାକୁ ମାନିବା ଦ୍ୱାରା ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅନୁସାରେ ଘରର ପୂର୍ବ ଦିଗରେ ଏହାକୁ ରଖିବା ଖୁବ ଶୁଭ ହୋଇଥାଏ । ଏହି ଦିଗ ସୂର୍ଯ୍ୟ ଉଦୟର ଦିଗ ହୋଇଥିବାରୁ ଏହାକୁ […]

କଳସ ରଖିବାର ନିୟମ
କଳସ ରଖିବାର ନିୟମ

ତମ୍ବାକୁ ଜ୍ୟେତିଷ ଶାସ୍ତ୍ରରେ ଏକ ମହତ୍ୱପୂର୍ଣ୍ଣ ଧାତୁ ଭାବେ ବିବେଚନା କରାଯାଇଥାଏ । ଏହାର ପ୍ରଭାବ ଅନେକ ଗ୍ରହ ଓ ରାଶିଙ୍କ ଉପରେ ପଡିଥାଏ । ତେଣୁ ଘରେ ତମ୍ବାର କଳସ ରଖିବାର ଅନେକ ନିୟମ ରହିଛି, ଯାହାକୁ ମାନିବା ଦ୍ୱାରା ଘରୁ ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅନୁସାରେ ଘରର ପୂର୍ବ ଦିଗରେ ଏହାକୁ ରଖିବା ଖୁବ ଶୁଭ ହୋଇଥାଏ । ଏହି ଦିଗ ସୂର୍ଯ୍ୟ ଉଦୟର ଦିଗ ହୋଇଥିବାରୁ ଏହାକୁ ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ । ତେଣୁ ଏହି ଦିଗରେ ତମ୍ବାର କଳସ ରଖିବା ବେଶ୍‌ ଶୁଭପ୍ରଦ ହୋଇଥାଏ, ଏହା ଯୋଗୁଁ ଘରେ ସୁଖ ସମୃଦ୍ଧି ଆସିଥାଏ । ସେହିଭଳି ଘରର ଦକ୍ଷିଣ-ପୂର୍ବ ଦିଗରେ ମଧ୍ୟ ତମ୍ବାର କଳସ ରଖିବା ଶୁଭ ହୋଇଥାଏ, ଏହା ଦ୍ୱାରା ଘରେ ନକରାତ୍ମକତା କମିଥାଏ । ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ପରିବାରରେ ଯଦି କଳହ ଥାଏ ତେବେ ଏହା ମଧ୍ୟ ଦୂର ହୋଇଥାଏ । ତେବେ ବାସ୍ତୁ ଅନୁସାରେ କେବେ ବି ଶୋଇବା ଘରେ ତମ୍ବାର କୌଣସି ସାମଗ୍ରୀ ରଖିବା ଅନୁଚିତ । ଏହାଦ୍ୱା ଘରେ କଳହ ଲାଗିବା ସହିତ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ ଫାଟ ପଡିଥାଏ । ତେଣୁ ଶୋଇବା ଘରେ କେବେ ବି କଳସ ରଖନ୍ତୁ ନାହିଁ ।