ବ୍ଲାକରୋଜ ଜାହାଜ ବୁଡିକୁ ବିତିଲା ୧୦ ବର୍ଷ, ସିବିଆଇ ତଦନ୍ତ ଦାବି
ଭୁବନେଶ୍ୱର : ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହି ଦାବି କରିଛନ୍ତି । ସେ କହିଛନ୍ତି, ଏହା ଅନ୍ତଃରାଷ୍ଟ୍ରୀୟ ଅପରାଧ ହୋଇଥିବାରୁ ମାମଲାର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ୍ ତଦନ୍ତରେ କିଛି ଫଳପ୍ରଦ ହୋଇପାରିବ ନାହିଁ । ତେଣୁ ଏହାର ତଦନ୍ତ ଭାର ସିବିଆଇ ଦ୍ବାରା କରାଯିବା ଉଚିତ୍ ବୋଲି ପ୍ରଦୀପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ଲାକରୋଜ ଜାହାଜ ବୁଡି ଘଟଣାକୁ ୧୦ ବର୍ଷ […]

ଭୁବନେଶ୍ୱର : ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହି ଦାବି କରିଛନ୍ତି । ସେ କହିଛନ୍ତି, ଏହା ଅନ୍ତଃରାଷ୍ଟ୍ରୀୟ ଅପରାଧ ହୋଇଥିବାରୁ ମାମଲାର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ୍ ତଦନ୍ତରେ କିଛି ଫଳପ୍ରଦ ହୋଇପାରିବ ନାହିଁ । ତେଣୁ ଏହାର ତଦନ୍ତ ଭାର ସିବିଆଇ ଦ୍ବାରା କରାଯିବା ଉଚିତ୍ ବୋଲି ପ୍ରଦୀପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ଲାକରୋଜ ଜାହାଜ ବୁଡି ଘଟଣାକୁ ୧୦ ବର୍ଷ ବିତି ସାରିଲାଣି Iହାଇକୋର୍ଟରେ ଏନେଇ ପିଟିସନ ଫାଇଲ କରିଥିଲା । କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
ଏହାବାଦ ଏହି ଘଟଣାରେ ବିଜେଡ଼ିନେତାଙ୍କ ସମ୍ପୃକ୍ତି ଥିବା ନେଇ ସେ କହିଛନ୍ତି । ଗତ ୨୪ ବର୍ଷ ଧରି ବିଜେଡି କ୍ଷମତାରେ ଥିବାରୁ ଏହି ଘଟଣାକୁ ଚାପି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ବିଜେପି କ୍ଷମତାକୁ ଆସିଥିବାରୁ ଏହି ଘଟଣାର ତଦନ୍ତ କରାଯାଉ । ସିବିଆଇ ତଦନ୍ତ ପାଇଁ ସିବିଆଇ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରାଜିନାମା ପତ୍ର ଦିଆଯାଇଛି। ସେପଟେ ପ୍ରଦୀପଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।