ଚର୍ଚ୍ଚାରେ ଉଦଳା ବିଧାୟକ, ହେରା ପଞ୍ଚମୀ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଗାଇଲେ ଗୀତ

ଉଦଳା ୧୨/୦୭: ପୁଣି ଚର୍ଚ୍ଚାରେ ଉଦଳା ବିଧାୟକ । ଭଜନ ଗାଇ ପୁଣି ଚର୍ଚ୍ଚାରେ ବିଧାୟକ ଭାସ୍କର ମଢେଇ । ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ଉଦଳା ବିଧାୟକ ଭାସ୍କର ମଢେଇ ଏବେ ପୁଣି ଚର୍ଚ୍ଚାରେ । ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତକାଲି ହେରା ପଞ୍ଚମୀରେ ଉଦଳା ମେଣ୍ଢାଖାଇ ମାଉସୀମା ମନ୍ଦିରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜଗନ୍ନାଥ ଭଜନ ଗାଇ ଚର୍ଚ୍ଚାରେ ଭାସ୍କର । ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଜଗନ୍ନାଥ ଭଜନ ଗାଇଥିଲେ ଉଦଳା ବିଧାୟକ ଭାସ୍କର ମଢେଇ, ମଞ୍ଚରେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ବିଧାୟକ ଭାସ୍କର ମଢେଇଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଜଣେ ପୁରୁଖା ଗାୟକ ଭଳି ଭାସ୍କର ମଢେଇ ସୁରତାଳରେ ଗୀତ ଗାଇଥିଲେ, ଯାହାକୁ ବେଶ ଉପଭୋଗ କରିଥିଲେ ଉପସ୍ଥିତ ଶ୍ରଦ୍ଧାଳୁ।

ଚର୍ଚ୍ଚାରେ ଉଦଳା ବିଧାୟକ, ହେରା ପଞ୍ଚମୀ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଗାଇଲେ ଗୀତ

ଉଦଳା ୧୨/୦୭: ପୁଣି ଚର୍ଚ୍ଚାରେ ଉଦଳା ବିଧାୟକ । ଭଜନ ଗାଇ ପୁଣି ଚର୍ଚ୍ଚାରେ ବିଧାୟକ ଭାସ୍କର ମଢେଇ । ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ଉଦଳା ବିଧାୟକ ଭାସ୍କର ମଢେଇ ଏବେ ପୁଣି ଚର୍ଚ୍ଚାରେ । 

ଚଳିତ ନିର୍ବାଚନରେ ସେ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତକାଲି ହେରା ପଞ୍ଚମୀରେ ଉଦଳା ମେଣ୍ଢାଖାଇ ମାଉସୀମା ମନ୍ଦିରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜଗନ୍ନାଥ ଭଜନ ଗାଇ ଚର୍ଚ୍ଚାରେ ଭାସ୍କର । 


ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଜଗନ୍ନାଥ ଭଜନ ଗାଇଥିଲେ ଉଦଳା ବିଧାୟକ ଭାସ୍କର ମଢେଇ, ମଞ୍ଚରେ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ବିଧାୟକ ଭାସ୍କର ମଢେଇଙ୍କୁ ଗୀତ ଗାଇବା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଜଣେ ପୁରୁଖା ଗାୟକ ଭଳି ଭାସ୍କର ମଢେଇ ସୁରତାଳରେ ଗୀତ ଗାଇଥିଲେ, ଯାହାକୁ ବେଶ ଉପଭୋଗ କରିଥିଲେ ଉପସ୍ଥିତ ଶ୍ରଦ୍ଧାଳୁ।