ଭାରସାମ୍ୟ ହରାଇ ହମ୍ପସରେ ପିଟି ହେଲା କାର୍, ୧୧ରୁ ଅଧିକ ଗୁରୁତର
ଟାଙ୍ଗୀ : ହମ୍ପସରେ ପିଟି ହେଲା କାର୍, ୧୧ରୁ ଅଧିକ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡି ଖଣି ଛକରେ ତୀର୍ଥ ଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଯୋଧ୍ୟାରୁ ତୀର୍ଥ ସାରି ଏକ କାରରେ ଖୋର୍ଦ୍ଧାରୁ ବାଣପୁର ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ କଉଡି ଖଣି ଛକରେ ହମ୍ପସରେ ପିଟି ହୋଇଯାଇଥିଲା । କାରର ସମ୍ମୁଖ ଭାଗ ଭାଙ୍ଗି ରୁଜି […] The post ଭାରସାମ୍ୟ ହରାଇ ହମ୍ପସରେ ପିଟି ହେଲା କାର୍, ୧୧ରୁ ଅଧିକ ଗୁରୁତର appeared first on KNews Odisha.

ଟାଙ୍ଗୀ : ହମ୍ପସରେ ପିଟି ହେଲା କାର୍, ୧୧ରୁ ଅଧିକ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡି ଖଣି ଛକରେ ତୀର୍ଥ ଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଯୋଧ୍ୟାରୁ ତୀର୍ଥ ସାରି ଏକ କାରରେ ଖୋର୍ଦ୍ଧାରୁ ବାଣପୁର ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।
ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ କଉଡି ଖଣି ଛକରେ ହମ୍ପସରେ ପିଟି ହୋଇଯାଇଥିଲା । କାରର ସମ୍ମୁଖ ଭାଗ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । କାରରେ ଥିବା ଯାତ୍ରୀ ସବୁ ଗୁରୁତର ହୋଇଛନ୍ତି । ନାଚୁଣୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଗୁରୁତର ମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ବାଣପୁର ବିସର ପାଟଣା ଓ ପଲଟନ ପଡିଆ ଅଞ୍ଚଳର ।
The post ଭାରସାମ୍ୟ ହରାଇ ହମ୍ପସରେ ପିଟି ହେଲା କାର୍, ୧୧ରୁ ଅଧିକ ଗୁରୁତର appeared first on KNews Odisha.