କାଜାଖସ୍ତାନର ରହସ୍ୟମୟୀ ସଂସ୍କୃତି, ମିଳିଲା ୨୦୦୦ ବର୍ଷ ପୁରୁଣା ସୁନା ଗହଣା

ଦକ୍ଷିଣ କାଜାଖସ୍ତାନର ତୁର୍କିସ୍ତାନ ଅଞ୍ଚଳରେ ମାଟି ତଳୁ ୨୦୦୦ ବର୍ଷ ପୁରୁଣା ସୁନା ଗହଣା  ମିଳିଛି । ଏହାର ମୂଲ୍ୟ ବହୁତ ଅଧିକ ହେବ ବୋଲି କୁହାଯାଉଛି । କାଜାଖସ୍ତାନର ଓଜବେକାଲି   ଝାନିବିକୋଭ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କର ଏକ ଟିମ୍‌ ଓ ସ୍ଥାନୀୟ ସରକାରୀ  ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ତୁର୍କିସ୍ତାନ ଓରଦାବାସିନ୍‌ସ୍କି ଜିଲ୍ଲାରେ ୨୦୦୦ ବର୍ଷ ପୁରୁଣା   ୩ଟି ସମାଧିସ୍ଥଳ ଖୋଳିଥିଲେ । ସେଥିମଧ୍ୟରୁ ୨ଟି ସମାଧିସ୍ଥଳକୁ ପ୍ରାଚୀନ କାଳରେ ଲୁଟି  ନିଆଯାଇଥିଲା । କିନ୍ତୁ ତୃତୀୟ  ସମାଧି ସୁରକ୍ଷିତ ଥିଲା । ତାକୁ  ଖୋଳିବା ପରେ ବଡ଼ ଓ ଛୋଟ  ମୋତି, ଦୁଇଟି ସୁନା ବିଲେଇ,  କାନଫୁଲ, ଏକ କାଂସ୍ୟ ଦର୍ପଣ,  ମାଟିର ଜଗ୍‌ ପ୍ରଭୃତି ମିଳିଥିଲା ।  ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଅନୁସାରେ,  ଏହି ସବୁ ଜିନିଷ ଖ୍ରୀଷ୍ଟ ପୂର୍ବ  ପ୍ରଥମ ଶତାଦ୍ଦୀ ସମୟର ଭଳି  ଲାଗୁଛି । କାନଫୁଲଟି ଡିଜାଇନର ହୋଇଥିବାବେଳେ ସେଥିରେ ମାଣିକ ଲାଗିଛି । ଏହି   କଳାକୃତି ବୋଧହୁଏ କାଙ୍ଗଜୁ ଶାସନକାଳରେ ବନାଯାଇଥିଲା।କାଙ୍ଗଜୁ ଶାସନକାଳରେ  ପ୍ରାଚୀନ ରୋମ୍‌, ଚୀନ୍‌ ଓ କୁଷାଣ ସାମ୍ରାଜ୍ୟ ସହିତ ବ୍ୟାପାର ହେଉଥିବାବେଳେ ଏହା ସେ  ସମୟର ଉତ୍କୃଷ୍ଟ କାରିଗରୀର ନମୁନା । ଗୋଲାକୃତି ଦର୍ପଣର ତିଆରି ଶୈଳୀ ଦେଖି ତାହା   ଚୀନ୍‌ରେ ହାନ୍‌ ସାମ୍ରାଜ୍ୟ ସମୟରେ ତିଆରି କରାଯାଇଥିବା ଆକଳନ କରାଯାଉଛି । ଏହି ସବୁ  ସାମଗ୍ରୀ ୟୁରେସିଆରେ ବହୁତ ଚାହିଦା ଥିଲା । ଆଫଗ

କାଜାଖସ୍ତାନର ରହସ୍ୟମୟୀ ସଂସ୍କୃତି, ମିଳିଲା ୨୦୦୦ ବର୍ଷ ପୁରୁଣା  ସୁନା ଗହଣା

ଦକ୍ଷିଣ କାଜାଖସ୍ତାନର ତୁର୍କିସ୍ତାନ ଅଞ୍ଚଳରେ ମାଟି ତଳୁ ୨୦୦୦ ବର୍ଷ ପୁରୁଣା ସୁନା ଗହଣା  ମିଳିଛି । ଏହାର ମୂଲ୍ୟ ବହୁତ ଅଧିକ ହେବ ବୋଲି କୁହାଯାଉଛି । କାଜାଖସ୍ତାନର ଓଜବେକାଲି   ଝାନିବିକୋଭ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କର ଏକ ଟିମ୍‌ ଓ ସ୍ଥାନୀୟ ସରକାରୀ  ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ତୁର୍କିସ୍ତାନ ଓରଦାବାସିନ୍‌ସ୍କି ଜିଲ୍ଲାରେ ୨୦୦୦ ବର୍ଷ ପୁରୁଣା   ୩ଟି ସମାଧିସ୍ଥଳ ଖୋଳିଥିଲେ । 

ସେଥିମଧ୍ୟରୁ ୨ଟି ସମାଧିସ୍ଥଳକୁ ପ୍ରାଚୀନ କାଳରେ ଲୁଟି  ନିଆଯାଇଥିଲା । କିନ୍ତୁ ତୃତୀୟ  ସମାଧି ସୁରକ୍ଷିତ ଥିଲା । ତାକୁ  ଖୋଳିବା ପରେ ବଡ଼ ଓ ଛୋଟ  ମୋତି, ଦୁଇଟି ସୁନା ବିଲେଇ,  କାନଫୁଲ, ଏକ କାଂସ୍ୟ ଦର୍ପଣ,  ମାଟିର ଜଗ୍‌ ପ୍ରଭୃତି ମିଳିଥିଲା ।  ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଅନୁସାରେ,  ଏହି ସବୁ ଜିନିଷ ଖ୍ରୀଷ୍ଟ ପୂର୍ବ  ପ୍ରଥମ ଶତାଦ୍ଦୀ ସମୟର ଭଳି  ଲାଗୁଛି । କାନଫୁଲଟି ଡିଜାଇନର ହୋଇଥିବାବେଳେ ସେଥିରେ ମାଣିକ ଲାଗିଛି । ଏହି   କଳାକୃତି ବୋଧହୁଏ କାଙ୍ଗଜୁ ଶାସନକାଳରେ ବନାଯାଇଥିଲା।କାଙ୍ଗଜୁ ଶାସନକାଳରେ  ପ୍ରାଚୀନ ରୋମ୍‌, ଚୀନ୍‌ ଓ କୁଷାଣ ସାମ୍ରାଜ୍ୟ ସହିତ ବ୍ୟାପାର ହେଉଥିବାବେଳେ ଏହା ସେ  ସମୟର ଉତ୍କୃଷ୍ଟ କାରିଗରୀର ନମୁନା । 

ଗୋଲାକୃତି ଦର୍ପଣର ତିଆରି ଶୈଳୀ ଦେଖି ତାହା   ଚୀନ୍‌ରେ ହାନ୍‌ ସାମ୍ରାଜ୍ୟ ସମୟରେ ତିଆରି କରାଯାଇଥିବା ଆକଳନ କରାଯାଉଛି । ଏହି ସବୁ  ସାମଗ୍ରୀ ୟୁରେସିଆରେ ବହୁତ ଚାହିଦା ଥିଲା । ଆଫଗାନିସ୍ତାନରେ ମଧ୍ୟ ପୂର୍ବରୁ ସମାନ ପ୍ରକାର   ଦର୍ପଣ ଦେଖିବାକୁ ମିଳିଥିଲା । ଏଥିରୁ ଯେଉଁ ମହିଳାଙ୍କ ନିକଟରେ ଏହା ପୋତାଯାଇଥିଲା ସେ  ଖୁବ୍‌ ଧନୀ ଓ ପ୍ରଭାବଶାଳୀ ହୋଇଥିବା ଅନୁମାନ କରାଯାଉଛି ।