ଜାଡ଼େଜା-ଅଶ୍ଵିନଙ୍କ କମାଲ, ମୁମ୍ବାଇ ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

ମୁମ୍ବାଇ: ମୁମ୍ବାଇରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଦୃଢ ସ୍ଥିତିରେ ପହଞ୍ଚି ଯାଇଛି ଭାରତ। ପ୍ରଥମ ଇନିଂସରେ ଭାରତ ୨୬୩ ରନ କରିବା ପରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଷ୍ଟମ୍ପ ଅପସାରଣ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ହାତରେ ମାତ୍ର ଗୋଟିଏ ଓ୍ଵିକେଟ୍ ଥିବା ବେଳେ କିଓ୍ଵି ଦଳ ୧୪୩ ରନ ଅଗ୍ରଣୀ ହାସଲ କରିଛି। ଏଜାଜ ପଟେଲ୍ ୭ ରନ କରି କ୍ରିଜରେ ଅଛନ୍ତି। ମ୍ୟାଟ୍ ହେନେରୀ ଆଉଟ୍ ହେବା ସହ ଦ୍ଵିତୀୟ ଦିନର ଖେଳ ସମାପ୍ତି ହୋଇଛି। ତୃତୀୟ ଦିନରେ ମ୍ୟାଚ୍ ସରିବାର ଯଥେଷ୍ଟ ସମ୍ଭାବନା ରହିଛି।ଭାରତ ୨୬୩ ରନ କରିବା ସହ ୨୮ ରନ ଅଗ୍ରଣୀ  ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପ୍ରଥମ ଓଭରରେ ହିଁ ଅଧିନାୟକ ଟମ୍ ଲାଥମ(୧)ଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ। ଡେଭନ କନଓ୍ଵେ ୨୨ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମେ ଓ୍ଵିଲ ୟଙ୍ଗ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। କ୍ରିଜରେ ଗୋଟିଏ ପଟେ ୟଙ୍ଗ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ୍ଵିକେଟ୍ ହରାଇ ଚାଲିଥିଲା। ଡାରିଲ ମିଚେଲ (୨୧) ଓ ଟମ୍ ବ୍ଲଣ୍ଡେଲ(୪) ରବୀନ୍ଦ୍ର  ଜାଡ଼େଜାଙ୍କ ଶିକାର  ହୋଇଥିଲେ।  ନ

ଜାଡ଼େଜା-ଅଶ୍ଵିନଙ୍କ କମାଲ, ମୁମ୍ବାଇ ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

ମୁମ୍ବାଇ: ମୁମ୍ବାଇରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଦୃଢ ସ୍ଥିତିରେ ପହଞ୍ଚି ଯାଇଛି ଭାରତ। ପ୍ରଥମ ଇନିଂସରେ ଭାରତ ୨୬୩ ରନ କରିବା ପରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଷ୍ଟମ୍ପ ଅପସାରଣ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ହାତରେ ମାତ୍ର ଗୋଟିଏ ଓ୍ଵିକେଟ୍ ଥିବା ବେଳେ କିଓ୍ଵି ଦଳ ୧୪୩ ରନ ଅଗ୍ରଣୀ ହାସଲ କରିଛି। ଏଜାଜ ପଟେଲ୍ ୭ ରନ କରି କ୍ରିଜରେ ଅଛନ୍ତି। ମ୍ୟାଟ୍ ହେନେରୀ ଆଉଟ୍ ହେବା ସହ ଦ୍ଵିତୀୟ ଦିନର ଖେଳ ସମାପ୍ତି ହୋଇଛି। ତୃତୀୟ ଦିନରେ ମ୍ୟାଚ୍ ସରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତ ୨୬୩ ରନ କରିବା ସହ ୨୮ ରନ ଅଗ୍ରଣୀ  ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପ୍ରଥମ ଓଭରରେ ହିଁ ଅଧିନାୟକ ଟମ୍ ଲାଥମ(୧)ଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ। ଡେଭନ କନଓ୍ଵେ ୨୨ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମେ ଓ୍ଵିଲ ୟଙ୍ଗ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। କ୍ରିଜରେ ଗୋଟିଏ ପଟେ ୟଙ୍ଗ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ୍ଵିକେଟ୍ ହରାଇ ଚାଲିଥିଲା। ଡାରିଲ ମିଚେଲ (୨୧) ଓ ଟମ୍ ବ୍ଲଣ୍ଡେଲ(୪) ରବୀନ୍ଦ୍ର  ଜାଡ଼େଜାଙ୍କ ଶିକାର  ହୋଇଥିଲେ।  ନିମ୍ନ କ୍ରମରେ ଗ୍ଲେନ ଫିଲିପ୍ସ ଦ୍ରୁତ ୨୬ରନ କରିଥିଲେ ହେଁ ଇନିଂସକୁ ଆଗକୁ ନେଇ ପାରି ନ ଥିଲେ। ତାଙ୍କୁ ଅଶ୍ଵିନ କ୍ଲିନ ବୋଲ୍ଡ କରିଥିଲେ। ଇଶ ସୋଢି(୮), ମ୍ୟାଟ୍ ହେନେରୀ(୧୦) ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଓ୍ଵିଲ ୟଙ୍ଗ ଦ୍ଵିତୀୟ ଇନିଂସରେ ବି ୫୧ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହିପରି ଷ୍ଟମ୍ପ ଅପସାରଣ ସୁ୍ଦ୍ଧା ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫୨ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ୬୩ ରନ ବ୍ୟୟ କରି ୩ ସଫଳତା  ହାସଲ କରିଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୬୩ ରନ କରିଥିଲା। ଶୁଭମନ ଗିଲ୍ ୯୦ ରନ କରିଥିବା  ବେଲେ ଋଷଭ ପନ୍ତ ୬୦ ରନ, ଓ୍ଵାଶିଂଟନ ସୁନ୍ଦର ୩୮ଓ ଯଶସ୍ଵି ଜୟସ୍ଵାଲ ୩୮ ରନ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ୫ ସଫଳତା ପାଇଥିଲେ।