ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ସର୍ବନିମ୍ନ ତାପମାତ୍ରା…
ଜି.ଉଦୟଗିରି,୪ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ସହର କ୍ରମାଗତ ୪ଦିନ ଧରି ରାଜ୍ୟର ସବୁବେଳେ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଗୁରୁବାର ଓ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରହିଥିଲା। କ୍ରମାଗତ ଶୀତ ବଢୁଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେତେ ଜରୁରୀ ନ ଥିଲେ ଅତି ବୟସ୍କ ବ୍ୟକ୍ତି ଓ ଶ୍ୱାସ ରୋଗୀମାନେ ଶୀତରେ ଘରୁ […] The post ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ସର୍ବନିମ୍ନ ତାପମାତ୍ରା… appeared first on Dharitri Odia News.
ଜି.ଉଦୟଗିରି,୪ା୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି.ଉଦୟଗିରି ସହର କ୍ରମାଗତ ୪ଦିନ ଧରି ରାଜ୍ୟର ସବୁବେଳେ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଗୁରୁବାର ଓ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ ରହିଥିଲା। କ୍ରମାଗତ ଶୀତ ବଢୁଥିବା ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେତେ ଜରୁରୀ ନ ଥିଲେ ଅତି ବୟସ୍କ ବ୍ୟକ୍ତି ଓ ଶ୍ୱାସ ରୋଗୀମାନେ ଶୀତରେ ଘରୁ ନ ବାହାରିବା ପାଇଁ ଡାକ୍ତର ସତ୍ୟନାରାୟଣ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଶୀତ ସାଙ୍ଗକୁ ଘନ କୁହୁଡ଼ି କୋହଲା ପବନ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହେଉଛି। ରାସ୍ତାକଡ଼ରେ ବସି ବିକ୍ରି କରୁଥିବା ଛୋଟଛୋଟ ବ୍ୟବସାୟୀମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣେ ସକାଳ ୧୦ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୭ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି।
The post ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର, ସର୍ବନିମ୍ନ ତାପମାତ୍ରା… appeared first on Dharitri Odia News.