ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ
ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ ସ୍କୁଟିରେ ବ୍ୟାଙ୍କକୁ ଯାଉଥିବା ବେଳେ ସହରର ମହାବୀରପଡା ସ୍ଥିତ ପୁଷ୍ପା ଲଜ୍ ନିକଟରେ ୩ ଦୁର୍ବୁତ୍ତ ହଠାତ୍ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ୍ତମାନେ ଭୟଭୀତ ହୋଇ ବୋମା ମାଡ଼ କରିଥିଲେ। ଏହି […] The post ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ appeared first on Dharitri Odia News.
ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ ସ୍କୁଟିରେ ବ୍ୟାଙ୍କକୁ ଯାଉଥିବା ବେଳେ ସହରର ମହାବୀରପଡା ସ୍ଥିତ ପୁଷ୍ପା ଲଜ୍ ନିକଟରେ ୩ ଦୁର୍ବୁତ୍ତ ହଠାତ୍ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ୍ତମାନେ ଭୟଭୀତ ହୋଇ ବୋମା ମାଡ଼ କରିଥିଲେ।
ଏହି ଘଟଣା ପରେ ୨ ଜଣ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ଦୁର୍ବୁତ୍ତଙ୍କୁ ଲୋକେ ମାଡି ବସିଥିଲେ। ପରେ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଲୋକେ ଥାନାରେ ଜିମା ଦେଇଛନ୍ତି। ଅନ୍ୟପଟେ ବୋମାମାଡରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ସ୍କୁଟି ଆଗପଟ ଭାଙ୍ଗି ଚୁର୍ମାର୍ ହୋଇଯାଇଛି। ପୋଲିସ ଅଟକ ଯୁବକଙ୍କୁ ଅଧିକ ପଚରାଉଚରା କରୁଛି। ଖବର ପାଇ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏସ୍ଡିପିଓ ଆଜିଂଙ୍କ୍ୟା ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ appeared first on Dharitri Odia News.