୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଯାତ୍ରା ଆରମ୍ଭ କରି ସାତ ସମୁଦ୍ର ପାର୍‌ ହୋଇ ହଲିଉଡ୍‌କୁ ଯାଇଛନ୍ତି। ଆଜିର ଯୁଗରେ ପ୍ରିୟଙ୍କା କେବଳ ଜଣେ ବିଶ୍ୱସ୍ତରୀୟ ସେଲିବ୍ରିଟି ନୁହନ୍ତି ବରଂ ବୁଲ୍‌ଗେରି ଫ୍ୟାଶନ ଇଭେଣ୍ଟରେ ତାଙ୍କର ଯାଦୁ ଦେଖିବାକୁ ବି ମିଳିଛି। ଏହି ଫ୍ୟାଶନ ଇଭେଣ୍ଟରେ ଅଳଙ୍କାର ଶୁଭାରମ୍ଭ ପାଇଁ ଆସିଥିବା ପ୍ରିୟଙ୍କାଙ୍କ ଲୁକ୍‌ ବିଷୟରେ ପ୍ରଶଂସକମାନେ କହୁଛନ୍ତି। ଅନ୍ୟପକ୍ଷରେ, ବୁଲଗେରି ଏହାର ନୂତନ ଅଳଙ୍କାର ଫଟୋ ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର […] The post ୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା appeared first on Dharitri Odia News.

୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଯାତ୍ରା ଆରମ୍ଭ କରି ସାତ ସମୁଦ୍ର ପାର୍‌ ହୋଇ ହଲିଉଡ୍‌କୁ ଯାଇଛନ୍ତି। ଆଜିର ଯୁଗରେ ପ୍ରିୟଙ୍କା କେବଳ ଜଣେ ବିଶ୍ୱସ୍ତରୀୟ ସେଲିବ୍ରିଟି ନୁହନ୍ତି ବରଂ ବୁଲ୍‌ଗେରି ଫ୍ୟାଶନ ଇଭେଣ୍ଟରେ ତାଙ୍କର ଯାଦୁ ଦେଖିବାକୁ ବି ମିଳିଛି। ଏହି ଫ୍ୟାଶନ ଇଭେଣ୍ଟରେ ଅଳଙ୍କାର ଶୁଭାରମ୍ଭ ପାଇଁ ଆସିଥିବା ପ୍ରିୟଙ୍କାଙ୍କ ଲୁକ୍‌ ବିଷୟରେ ପ୍ରଶଂସକମାନେ କହୁଛନ୍ତି।

ଅନ୍ୟପକ୍ଷରେ, ବୁଲଗେରି ଏହାର ନୂତନ ଅଳଙ୍କାର ଫଟୋ ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି। ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ବୁଲଗେରିର ଡାଏମଣ୍ଡ ନେକ୍‌ଲେସ୍‌ ପିନ୍ଧିଛନ୍ତି। ସେ ଛୋଟ କେଶ ଏବଂ କଳା-ଧଳା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ବୁଲଗେରିର ସବୁଠୁ ଭଲ ଏଥରନା ହୀରା ହାର ପିନ୍ଧିଥିବାର ନଜର ଆସିଛନ୍ତି।

ପ୍ରିୟଙ୍କା ପିନ୍ଧିଥିବା ହାରର ମୂଲ୍ୟ ପ୍ରାୟ ୩୫୮ କୋଟି ଟଙ୍କା। ବୁଲଗେରିର ୧୪୦ବର୍ଷର ଇତିହାସକୁ ପ୍ରତୀକ କରିବା ପାଇଁ ଏହି ହାରଟି ୧୪୦ କ୍ୟାରେଟ ହୀରା ସହିତ ସଜ୍ଜିତ। ଏହା ବୁଲଗେରିର ଆଟେଲିରେ ତିଆରି ହୋଇଥିବା ସବୁଠୁ ଦାମୀ ଅଳଙ୍କାର ବୋଲି ବିବେଚନା କରାଯାଏ।

ନିକଟରେ ପ୍ରିୟଙ୍କା ଏହାର ୧୪୦ ତମ ବାର୍ଷିକୀରେ ବୁଲଗେରି ଫ୍ୟାଶନ ଇଭେଣ୍ଟ ପାଇଁ ରୋମରେ ପହଞ୍ଚିଥିଲେ। ଏହି ଫ୍ୟାଶନ ଇଭେଣ୍ଟରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷ କେବଳ ପ୍ରିୟଙ୍କାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା କରୁଛନ୍ତି।

The post ୩୫୦ କୋଟି ଟଙ୍କାର ନେକ୍‌ଲେସ୍‌ ପିନ୍ଧି ଚମକିଲେ ପ୍ରିୟଙ୍କା appeared first on Dharitri Odia News.