ଜିଓ ପ୍ଲାଟ୍‌ଫର୍ମସକୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨।୩: ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ (ଜେପିଏଲ)କୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏପରିକି ଜେପିଏଲ ଟେଲିକମ୍‌ କମ୍ପାନୀ ଅଫ୍‌ ଦି ଇୟରର ମାନ୍ୟତା ଲାଭ ବା ଆଖ୍ୟା ହାସଲ କରିଛି। ସେହିଭଳି ଜେପିଏଲର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ନୂତନ ମାଇଲଖୁଣ୍ଟ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍‌ ସେଣ୍ଟରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। […] The post ଜିଓ ପ୍ଲାଟ୍‌ଫର୍ମସକୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ appeared first on Dharitri Odia News.

ଜିଓ ପ୍ଲାଟ୍‌ଫର୍ମସକୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨।୩: ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ (ଜେପିଏଲ)କୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏପରିକି ଜେପିଏଲ ଟେଲିକମ୍‌ କମ୍ପାନୀ ଅଫ୍‌ ଦି ଇୟରର ମାନ୍ୟତା ଲାଭ ବା ଆଖ୍ୟା ହାସଲ କରିଛି। ସେହିଭଳି ଜେପିଏଲର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ନୂତନ ମାଇଲଖୁଣ୍ଟ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍‌ ସେଣ୍ଟରଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱର ସର୍ବବୃହତ୍‌ ୫ଜି ଷ୍ଟାଣ୍ଡ-ଏଲୋନ (ଏସ୍‌ଏ) କୋର ନେଟ୍‌ୱର୍କ ସ୍ଥାପନ କରିଥିବା ବେଳେ ଲକ୍ଷାଧିକ ଗ୍ରାହକଙ୍କୁ ଅନେକ ପ୍ରକାରର ସେବା ଓ ସୁବିଧା ଆଦି ଯୋଗାଇଦେବାର ଅଭିନବ ପଦକ୍ଷେପ ପାଇଁ ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଏହା ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ର ରଣନୀତିକୁ ଦୂରଦୃଷ୍ଟି, ଇଞ୍ଜିନିୟରିଂ କ୍ଷମତା ଏବଂ ଡିଜିଟାଲ୍‌ ଦୃଶ୍ୟପଟ୍ଟର ରୂପାନ୍ତରଣ ତଥା ଟେଲିକମ ଶିଳ୍ପ ପାଇଁ ଉତ୍କର୍ଷର ନୂତନ ମାନକ ସୃଷ୍ଟି କରିବାରେ ନେତୃତ୍ୱ ସ୍ଥାନକୁ ପ୍ରତିଫଳିତ କରୁଛି।

The post ଜିଓ ପ୍ଲାଟ୍‌ଫର୍ମସକୁ ଏସିଆନ୍‌ ଟେଲିକମ୍‌ ଆଓ୍ବାର୍ଡ appeared first on Dharitri Odia News.