ଜିଡିପି ହ୍ରାସ ପରେ ବି ବଢିବ କି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ?

ନୂଆଦିଲ୍ଲୀ: ଅର୍ଥଶାସ୍ତ୍ରୀ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରକାରର କଳ୍ପନା  ଜଳ୍ପନା ଲାଗି ରହିଛି। ଆଶା କରାଯାଉଛି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସରେ ଭାରତର ଅର୍ଥ ବ୍ୟବସ୍ଥା ୫.୪ ପ୍ରତିଶତ ରହିଛି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ୭ ପ୍ରତିଶତର ଅନୁମାନଠୁ ବହୁତ କମ ରହିଛି।ଭାରତର ବ୍ୟାଙ୍କିଙ୍ଗ ସେକ୍ଟରକୁ ରେଗୁଲେଟ୍ କରିଥିବା ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ସମାପ୍ତ ହେଉଛି। ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି  ହେବାର ସମ୍ଭାବନା ରହିଛି। କିନ୍ତୁ କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ସପ୍ତାହ ପୂର୍ବରୁ ବିସ୍ତାର ଦିଆଯାଇ ନାହିଁ, ଯାହା ଉପରେ ଶୀଘ୍ର ନିଷ୍ପତ୍ତ ଆସିପାରେ। ତେବେ ଶକ୍ତିକାନ୍ତ ଦାସଙ୍କଠୁ ଆଶା କରାଯାଉଛି ଯେ, ସେ ନିଜର ଛଅ ବର୍ଷର କାର୍ଯ୍ୟକାଳକୁ ଆଗକୁ ବଢାଇବେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ସ୍ପଷ୍ଟତା ଆସିନାହିଁ।ଏହି ମାମଲାରେ ମୋଟ୍ ୪୩ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ସାତ ଜଣଙ୍କୁ ବାଦ ଦେଲେ ଅବଶିଷ୍ଟ ଅର୍ଥଶାସ୍ତ୍ରୀଙ୍କ କହିବା କଥା ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ  ରେପୋ ରେଟ୍ ୬

ଜିଡିପି ହ୍ରାସ ପରେ ବି  ବଢିବ କି  RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ?

ନୂଆଦିଲ୍ଲୀ: ଅର୍ଥଶାସ୍ତ୍ରୀ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରକାରର କଳ୍ପନା  ଜଳ୍ପନା ଲାଗି ରହିଛି। ଆଶା କରାଯାଉଛି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ। କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସରେ ଭାରତର ଅର୍ଥ ବ୍ୟବସ୍ଥା ୫.୪ ପ୍ରତିଶତ ରହିଛି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କର ୭ ପ୍ରତିଶତର ଅନୁମାନଠୁ ବହୁତ କମ ରହିଛି।

ଭାରତର ବ୍ୟାଙ୍କିଙ୍ଗ ସେକ୍ଟରକୁ ରେଗୁଲେଟ୍ କରିଥିବା ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ସମାପ୍ତ ହେଉଛି। ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି  ହେବାର ସମ୍ଭାବନା ରହିଛି। କିନ୍ତୁ କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ସପ୍ତାହ ପୂର୍ବରୁ ବିସ୍ତାର ଦିଆଯାଇ ନାହିଁ, ଯାହା ଉପରେ ଶୀଘ୍ର ନିଷ୍ପତ୍ତ ଆସିପାରେ। ତେବେ ଶକ୍ତିକାନ୍ତ ଦାସଙ୍କଠୁ ଆଶା କରାଯାଉଛି ଯେ, ସେ ନିଜର ଛଅ ବର୍ଷର କାର୍ଯ୍ୟକାଳକୁ ଆଗକୁ ବଢାଇବେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ସ୍ପଷ୍ଟତା ଆସିନାହିଁ।

ଏହି ମାମଲାରେ ମୋଟ୍ ୪୩ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ସାତ ଜଣଙ୍କୁ ବାଦ ଦେଲେ ଅବଶିଷ୍ଟ ଅର୍ଥଶାସ୍ତ୍ରୀଙ୍କ କହିବା କଥା ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ  ରେପୋ ରେଟ୍ ୬.୫ ପ୍ରତିଶତରେ ବଜାୟ ରଖିବେ। ଏହା ହେଉଛି ସେହି ସ୍ତର ଯାହାକୁ ଗତ ଦୁଇ ବର୍ଷ ପର୍ଯ୍ୟନ୍ତ ବଜାୟ ରଖି ଆସିଛି ଆରବିଆଇ। ଅକ୍ଟୋବରରେ ଭାରତର ମୁଦ୍ରାସ୍ଫୀତି ବୃଦ୍ଧି ଘଟି ୧୪ ମାସର ଉଚ୍ଚସ୍ତର ୬.୨୧ ପ୍ରତିଶତରେ ପହଞ୍ଚିଛି। ଏହାର ମୁଖ୍ୟ କାରଣ ଖାଦ୍ୟ ପଦାର୍ଥ ଦର ଅହେତୁକ ବଢିବା। 

ଅର୍ଥଶାସ୍ତ୍ରୀ ରାଧିକା ପିପଲାନୀଙ୍କ କହିବା କଥା ମାନ୍ଦାବସ୍ଥା ଆରବିଆଇ ପାଇଁ ଏକ ଚେତାବନୀ  ହେବା ଉଚିତ୍। ସେ କହିଛନ୍ତି, ଆଗାମୀ ନୀତିଗତ ନିର୍ଣ୍ଣୟ ପାଇଁ ଏବେଠୁ ବିଚାର କରାଯିବା ଦରକାର। ଜିଡିପିରେ ହ୍ରାସ ଘଟିବା ପଛର କାରଣର ସମୀକ୍ଷା କରାଯାଇପାରେ। ଯଦି କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ କୌଣସି ଆଶ୍ଵସ୍ତି ଦେବେନି ତେବେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ ପାଇଁ ବିବଶ ହେବାକୁ ପଡ଼ିପାରେ। 

ତେଣୁ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁଧହାର କମ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।  ଅର୍ଥଶାସ୍ତ୍ରୀଙ୍କ କହିବା କଥା ଆରବିଆଇ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଋଣ ଯୋଗାଇବା ପରିମାଣକୁ ଆହୁରି ବଢାଇ ପାରନ୍ତି। 

ଗତ ମାସରେ ଆରବିଆଇ ଦ୍ଵାରା ସ୍ଥିର ନୀତିଗତ ଆଭିମୁଖ୍ୟ ଆପଣେଇବା ପରେ ତତ୍କାଳ ସୁଧହାର ହ୍ରାସ କରିବାକୁ ଦାସ ମନା କରି ଦେଇଥିଲେ। ସେ କହିଥିଲେ, ବୈଶ୍ଵିକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ଭୂ ରାଜନୈତିକ ସଂଘର୍ଷ ଜାରି ରହିବାରୁ ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡୁଛି। ତଥାପି ଭାରତୀୟ ଅର୍ଥବ୍ୟବସ୍ଥା ବାକି ଦୁନିଆ ତୁଳନାରେ ସୂଚାରୁ ରୂପେ ଆଗକୁ ବଢୁଛି। ଏସବୁ ଭିତରେ ଶକ୍ତିକାନ୍ତଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚର୍ଚ୍ଚା ଲାଗି ରହିଛି।

ପରବର୍ତ୍ତୀ ଗଭର୍ଣ୍ଣର କିଏ ?

ଏହା ବି ସ୍ପଷ୍ଟ ନୁହେଁ ଯେ, ଛଅ ଜଣିଆ ମୁଦ୍ରା ନୀତି କମିଟିରେ ଆରବିଆଇର ତିନି ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ କିଏ ଫେବୃଆରୀରେ ଥିବେ। କାରଣ ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରୁଛି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଶେଷ ଥର ବୃଦ୍ଧି ଘଟିଥିଲା। ପୁଣି ଡେପୁଟୀ ଗଭର୍ଣ୍ଣର  ମାଇକେଲ୍ ପେଟ୍ରାଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ସମାପ୍ତ ହେଉଛି। ମାଇକେଲ୍ ୨୦୧୬ରୁ ନୀତି ନିର୍ଦ୍ଧାରଣ ପ୍ୟାନେଲରେ ରହି ଆସିଛନ୍ତି। ଅକ୍ଟୋବରରେ ସରକାର ମୁଦ୍ରାନୀତି ସମୀକ୍ଷା କମିଟିରେ ତିନି ନୂଆ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି। ଯଦି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ନ ବଢେ ତେବେ କିଏ ଆରବିଆଇର ଗଭର୍ଣ୍ଣର ପଦ ସମ୍ଭାଳିବେ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।