ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି

ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ ଆକ୍ସନ କମିଟିକୁ ୧୧୯ ମିଲିୟନ ୟୁଏସ୍‌ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ଟ୍ରମ୍ପ୍‌ ଶାସନ ଗାଦିକୁ ଫେରିବା ପରେ ମସ୍କଙ୍କ ବ୍ୟବସାୟ ଲାଭବାନ ହେବ ବୋଲି ବହୁ ଆର୍ଥିକ ବିଶେଷଜ୍ଞ ଆକଶନ କରିଛନ୍ତି। […] The post ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି appeared first on Dharitri Odia News.

ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି

ନୁୟର୍କ,୬।୧୧: ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ବ୍ୟବସାୟୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିଲେ। ନିର୍ବାଚନୀ ପ୍ରଚାର ପାଇଁ ସେ ଟ୍ରମ୍ପଙ୍କ ପଲିଟିକାଲ ଆକ୍ସନ କମିଟିକୁ ୧୧୯ ମିଲିୟନ ୟୁଏସ୍‌ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ତେବେ ଟ୍ରମ୍ପ୍‌ ଶାସନ ଗାଦିକୁ ଫେରିବା ପରେ ମସ୍କଙ୍କ ବ୍ୟବସାୟ ଲାଭବାନ ହେବ ବୋଲି ବହୁ ଆର୍ଥିକ ବିଶେଷଜ୍ଞ ଆକଶନ କରିଛନ୍ତି। ଟ୍ରମ୍ପଙ୍କ ବିଜୟ ଯୋଗୁ ମସ୍କଙ୍କ ଅଟୋମୋବାଇଲ କମ୍ପାନୀ ଟେସ୍‌ଲାର ମୂଲ୍ୟରେ ୨୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରି ହେଲେ ଟ୍ରମ୍ପଙ୍କର ସମ୍ପତ୍ତିରେ ମଧ୍ୟ ୨୬ ବିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି।

ସେହିପରି ଟ୍ରମ୍ପଙ୍କ ପ୍ରଶାସନରେ ମସ୍କଙ୍କର ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’କୁ ମିଳୁଥିବା ସରକାରୀ କଣ୍ଟ୍ରାକ୍ଟର ମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। କେବଳ ଗତ ମାସରେ ଏହି ମହାକାଶ ଯାନ ନିର୍ମାତା କମ୍ପାନୀକୁ ୭୦୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ସରକାରୀ କଣ୍ଟ୍ରାଟ ମିଳିଥିବାବେଳେ ଟ୍ରମ୍ପଙ୍କ ପ୍ରଶାସନରେ ଏହାର ମାତ୍ରା ଆହୁରି ବୃଦ୍ଧି ପାଇବ।

ଆମେରିକା ସରକାରଙ୍କଠାରୁ ଅଧିକ କଣ୍ଟ୍ରାକ୍ଟ ମିଳିବା ଦ୍ୱାରା ମସ୍କଙ୍କ ବ୍ୟବସାୟ ଅଧିକ ଲାଭବାନ ହେବ ବୋଲି ବହୁ ବିଶେଷଜ୍ଞ ଆକଳନ କରିଛନ୍ତି।

The post ଜିତିଲେ ଟ୍ରମ୍ପ, ମସ୍କଙ୍କ ସମ୍ପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି appeared first on Dharitri Odia News.