ଜିନ୍ଦ୍ ନରଓ୍ବାନାରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍-ମ୍ୟାଜିକ୍ ଧକ୍କା, ୭ ମୃତ, ୮ ଗୁରୁତର
ଚଣ୍ଡିଗଡ଼: ହରିୟଣା ଜିନ୍ଦ୍ ନରଓ୍ବାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନରଓ୍ବାନା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ଅଗ୍ରୋହା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ କୁରକ୍ଷେତ୍ରକ ମର୍ଚ୍ଛଦି ଗାଁରୁ ୧୫ଜଣ ଶ୍ରଦ୍ଧାଳୁ ଏକ ଟାଟା ମ୍ୟାଜିକରେ ରାଜସ୍ଥାନର ଗୋଗାମେଡି ଧାମକୁ ଦର୍ଶନ ପାଇଁ ଯାଉଥିଲେ । ବିରଧାନା ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଶ୍ରଦ୍ଧାଳୁଙ୍କ ଗାଡ଼ିକୁ ଧକ୍କ ମାରିଥିଲା । ଟାଟା ମ୍ୟାଜିକ୍ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ି ଭିତରେ ସମସ୍ତ ଶ୍ରଦ୍ଧାଳୁ ଫସିଯାଇଥିଲେ । ଖବର ପାଇ ରାହାଗିରି ଦଳ ଉଦ୍ଧାରକରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ରାତ୍ରି ସମୟ ହୋଇଥିବାରୁ ସେଥିରେ ସେମାନଙ୍କୁ ସଫଳତା ମିଳିନଥିଲା । ପରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ମୋଟ୍ ୧୫ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।...
ଚଣ୍ଡିଗଡ଼: ହରିୟଣା ଜିନ୍ଦ୍ ନରଓ୍ବାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନରଓ୍ବାନା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ଅଗ୍ରୋହା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ କୁରକ୍ଷେତ୍ରକ ମର୍ଚ୍ଛଦି ଗାଁରୁ ୧୫ଜଣ ଶ୍ରଦ୍ଧାଳୁ ଏକ ଟାଟା ମ୍ୟାଜିକରେ ରାଜସ୍ଥାନର ଗୋଗାମେଡି ଧାମକୁ ଦର୍ଶନ ପାଇଁ ଯାଉଥିଲେ । ବିରଧାନା ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଶ୍ରଦ୍ଧାଳୁଙ୍କ ଗାଡ଼ିକୁ ଧକ୍କ ମାରିଥିଲା । ଟାଟା ମ୍ୟାଜିକ୍ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ି ଭିତରେ ସମସ୍ତ ଶ୍ରଦ୍ଧାଳୁ ଫସିଯାଇଥିଲେ ।
ଖବର ପାଇ ରାହାଗିରି ଦଳ ଉଦ୍ଧାରକରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ରାତ୍ରି ସମୟ ହୋଇଥିବାରୁ ସେଥିରେ ସେମାନଙ୍କୁ ସଫଳତା ମିଳିନଥିଲା । ପରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ମୋଟ୍ ୧୫ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।...