ଜିନ୍ନତ ଏବେ ପୂରା ଫିଟ୍‌, ଖୁବ ଶୀଘ୍ର ଫେରିବ ଓଡ଼ିଶା

ଏବେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରେ ଥିବା ଜିନ୍ନତ ପୂରାପୂରି ସୁସ୍ଥ ଅଛି ଓ ଖୁବ ଶୀଘ୍ର ଓଡ଼ିଶା ଫେରିବ । ଆଜି ଏ ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା।

ଜିନ୍ନତ ଏବେ ପୂରା ଫିଟ୍‌, ଖୁବ ଶୀଘ୍ର ଫେରିବ ଓଡ଼ିଶା

ବହୁ ଦିନର ଲୁଚକାଳି ଖେଳ ପରେ ଗତକାଲି ଟ୍ରାଙ୍କୁଲାଇଜ୍‌ ହୋଇଛି ବାଘୁଣୀ ‘ଜିନ୍ନତ’ । ଏବେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରେ ଥିବା ଜିନ୍ନତ ପୂରାପୂରି ସୁସ୍ଥ ଅଛି ଓ ଖୁବ ଶୀଘ୍ର ଓଡ଼ିଶା ଫେରିବ । ଆଜି ଏ ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା।

ପିସିସିଏଫଙ୍କ ସୂଚନା ଅନୁଯାୟୀ, ଗତକାଲି ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଜିନ୍ନତକୁ ରଖାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ଭାବେ ସେ ସୁସ୍ଥ ଥିବା ଦୋହରାଇଛନ୍ତି। ପଶ୍ଚିମବଙ୍ଗରୁ ଶିମିଳିପାଳ ଆଣିବା ପରେ ଏନକ୍ଲୋଜରରେ ଯମୁନା ପାଇଁ ଥିବା ସାଉଥ୍ ଏନକ୍ଲୋଜରରେ ରହିବ ‘ଜୀନତ’।

୨୦ ଦିନର ଛକାପଞ୍ଝା ପରେ ଗତକାଲି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ଗୋପାଳପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ ହୋଇଥିଲା ବାଘୁଣୀ ଜିନ୍ନତ। ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଟିମ୍ ଗତ ୨୦ ତାରିଖରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ଚେଷ୍ଟା ଚଳାଇଥିଲେ। ଟ୍ରାଙ୍କୁଲାଇଜ ପରେ ଜୀନତକୁ ଅଚେତ ଅବସ୍ଥାରେ ଯନ୍ତାରେ ପୂରାଇ ଆଲିପୁର ଚିଡ଼ିଆଖାନାକୁ ନିଆଯାଇଥିଲା। କଡ଼ା ସୁରକ୍ଷାବଳୟ ମଧ୍ୟରେ ବନ ବିଭାର ଏକ ସ୍ୱତନ୍ତ୍ର କାରକେଡରେ ଜିନତକୁ ନିଆଯାଇଥିଲା ।