ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍
ବେଜିଂ,୭ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ କୂଟନୈତିକ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। କାରଣ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବାବେଳେ କେବଳ ପାକିସ୍ତାନକୁ ଡକାଯାଇ ନାହିଁ। ଶେହବାଜ୍ଙ୍କ ବଡ଼ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ […] The post ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍ appeared first on Dharitri Odia News.
ବେଜିଂ,୭ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ କୂଟନୈତିକ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। କାରଣ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବାବେଳେ କେବଳ ପାକିସ୍ତାନକୁ ଡକାଯାଇ ନାହିଁ।
ଶେହବାଜ୍ଙ୍କ ବଡ଼ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ ଭାରତ-ପାକିସ୍ତାନ ସମ୍ପର୍କର ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା। ୨୦୧୪ରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବାବେଳେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ ଏଥିରେ ଯୋଗଦେଇଥିଲେ। ଇତିମଧ୍ୟରେ ଶେହବାଜ୍ଙ୍କ ସହ ସାକ୍ଷାତ ପରେ ଜିନ୍ପିଙ୍ଗ୍ କହିଛନ୍ତି, ପାକିସ୍ତାନ ସହ ରଣନୈତିକ ସମ୍ପର୍କ ବୃଦ୍ଧି, କ୍ଷେତ୍ରୀୟ ଶାନ୍ତି, ସ୍ଥିରତା, ବିକାଶ ଓ ସମୃଦ୍ଧି ଉପରେ ଆଲୋଚନା ହୋଇଛି। ଚାଇନା ପ୍ରତି ଦୀର୍ଘ ସମର୍ଥନ ପାଇଁ ଜିନ୍ପିଙ୍ଗ୍ ପାକିସ୍ତାନକୁ ଧନ୍ୟବାଦ ଦେଇଛନ୍ତି।
The post ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍ appeared first on Dharitri Odia News.