ଘୁଞ୍ଚିଲା ବିଧାନସଭା ନିର୍ବାଚନ ତାରିଖ, ଏହିଦିନ ଭୋଟିଂ

ନୂଆଦିଲ୍ଲୀ,୩୧ା୮: ଭାରତର ନିର୍ବାଚନ କମିଶନ (ଇସିଆଇ) ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି। ଅକ୍ଟୋବର ୧ରେ ହରିୟାଣାରେ ଭୋଟଗ୍ରହଣ ପାଇଁ ପୂର୍ବରୁ ତାରିଖ ଘୋଷଣା ହୋଇଥିଲା। ତେବେ ସେଦିନ ବିଷ୍ଣୋଇ ସମ୍ପ୍ରଦାୟର ବହୁ ପୁରାତନ ଉତ୍ସବକୁ ଦୃଷ୍ଟିରେ ରଖି ଅକ୍ଟୋବର ୫ରେ ନିର୍ବାଚନ କରାଇବାକୁ ଇସିଆଇ ଶନିବାର ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀର ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇନାହିଁ। ତେବେ ଉଭୟ ରାଜ୍ୟର ଭୋଟ ଗଣତି ଅକ୍ଟୋବର ୪ ପରିବର୍ତ୍ତେ ୮ ତାରିଖରେ ଅନୁଷ୍ଠିତ ହେବ। ବିଷ୍ଣୋଇ […] The post ଘୁଞ୍ଚିଲା ବିଧାନସଭା ନିର୍ବାଚନ ତାରିଖ, ଏହିଦିନ ଭୋଟିଂ appeared first on Dharitri Odia News.

ଘୁଞ୍ଚିଲା ବିଧାନସଭା ନିର୍ବାଚନ ତାରିଖ, ଏହିଦିନ ଭୋଟିଂ

ନୂଆଦିଲ୍ଲୀ,୩୧ା୮: ଭାରତର ନିର୍ବାଚନ କମିଶନ (ଇସିଆଇ) ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି। ଅକ୍ଟୋବର ୧ରେ ହରିୟାଣାରେ ଭୋଟଗ୍ରହଣ ପାଇଁ ପୂର୍ବରୁ ତାରିଖ ଘୋଷଣା ହୋଇଥିଲା। ତେବେ ସେଦିନ ବିଷ୍ଣୋଇ ସମ୍ପ୍ରଦାୟର ବହୁ ପୁରାତନ ଉତ୍ସବକୁ ଦୃଷ୍ଟିରେ ରଖି ଅକ୍ଟୋବର ୫ରେ ନିର୍ବାଚନ କରାଇବାକୁ ଇସିଆଇ ଶନିବାର ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀର ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇନାହିଁ। ତେବେ ଉଭୟ ରାଜ୍ୟର ଭୋଟ ଗଣତି ଅକ୍ଟୋବର ୪ ପରିବର୍ତ୍ତେ ୮ ତାରିଖରେ ଅନୁଷ୍ଠିତ ହେବ। ବିଷ୍ଣୋଇ ସମ୍ପ୍ରଦାୟ ୩୦୦ରୁ ୪୦୦ ବର୍ଷ ହେଲା ସେମାନଙ୍କ ଗୁରୁ ଜମ୍ଭେଶ୍ୱରଙ୍କ ସ୍ମୃତିରେ ଅକ୍ଟୋବର ୧ରେ ଏହି ଉତ୍ସବ ପାଳିଥାନ୍ତି। ପରମ୍ପରା ଏବଂ ଭୋଟ ଅଧିକାରକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନିଆଯାଇଥିବା ନିର୍ବାଚନ କମିଶନ କହିଛନ୍ତି। ହରିୟାଣା ଭୋଟଗ୍ରହଣ ତାରିଖ ବଦଳାଇବା ପାଇଁ ରାଜସ୍ଥାନ ବିକାନେର୍‌ର ସର୍ବଭାରତୀୟ ବିଷ୍ଣୋଇ ମହାସଭାର ଅଧ୍ୟକ୍ଷ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।

The post ଘୁଞ୍ଚିଲା ବିଧାନସଭା ନିର୍ବାଚନ ତାରିଖ, ଏହିଦିନ ଭୋଟିଂ appeared first on Dharitri Odia News.