ଜିମ୍‌ କରୁଥିବା ବେଳେ ଆସିଲା ମୃତ୍ୟୁ ! ହାର୍ଟ ଆଟାକ୍‌ରେ ୨୮ ବର୍ଷୀୟ ବଡିବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ କବଳିତ କରିଛି ହାର୍ଟ ଆଟାକ୍‌। କିଏ ନାଚୁଥିବା ବେଳେ ତ ଆଉ କିଏ ଗାଉଥିବା ବେଳେ ହୃଦଘାତର ଶିକାର ହେଉଛି। ଏପରିକି ଜିମ୍‌ ଟ୍ରେନିଂ, ମର୍ଣ୍ଣି ଓ୍ୱାକ୍‌ କରୁଥିବା ବେଳେ ହୃଦ୍‌ଘାତ ହେବାର ଖବର ସାମନାକୁ ଆସିଛି। ଏହି କ୍ରମରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।ଫିଟନେସ୍ ପାଇଁ ଯିଏ ଆୱାର୍ଡ ପାଇଥିଲେ, ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ବ୍ରାଜିଲରେ। ବ୍ରାଜିଲର ଜଣେ ଜଣାଶୁଣା ବଡି ବିଲଡର ଜୋସ୍ ମ୍ୟାଟେସ୍ କୋରିଆ ସିଲଭା (28) ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା ବଡି ବିଲଡରଙ୍କ ମୃତ୍ୟୁ ହୋଇଥିଲା।ଦି ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବଡି ବିଲଡର ସିଲଭା ବ୍ରାଜିଲିଆର ଆଗୁଆସ୍ କ୍ଲାରସ ସ୍ଥିତ ଏକ ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେବି ଏକ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଜୋସ୍ ଫିଟନେସ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲେ। ସେ ଦକ୍ଷିଣ ଆମେରିକୀୟ ଚାମ୍ପିଅନସିପ୍ ପରି ବଡି ବିଲଡିଂ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ।

ଜିମ୍‌ କରୁଥିବା ବେଳେ ଆସିଲା ମୃତ୍ୟୁ ! ହାର୍ଟ ଆଟାକ୍‌ରେ ୨୮ ବର୍ଷୀୟ ବଡିବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ କବଳିତ କରିଛି ହାର୍ଟ ଆଟାକ୍‌। କିଏ ନାଚୁଥିବା ବେଳେ ତ ଆଉ କିଏ ଗାଉଥିବା ବେଳେ ହୃଦଘାତର ଶିକାର ହେଉଛି। ଏପରିକି ଜିମ୍‌ ଟ୍ରେନିଂ, ମର୍ଣ୍ଣି ଓ୍ୱାକ୍‌ କରୁଥିବା ବେଳେ ହୃଦ୍‌ଘାତ ହେବାର ଖବର ସାମନାକୁ ଆସିଛି। ଏହି କ୍ରମରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।

ଫିଟନେସ୍ ପାଇଁ ଯିଏ ଆୱାର୍ଡ ପାଇଥିଲେ, ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ବ୍ରାଜିଲରେ। ବ୍ରାଜିଲର ଜଣେ ଜଣାଶୁଣା ବଡି ବିଲଡର ଜୋସ୍ ମ୍ୟାଟେସ୍ କୋରିଆ ସିଲଭା (28) ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା ବଡି ବିଲଡରଙ୍କ ମୃତ୍ୟୁ ହୋଇଥିଲା।

ଦି ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବଡି ବିଲଡର ସିଲଭା ବ୍ରାଜିଲିଆର ଆଗୁଆସ୍ କ୍ଲାରସ ସ୍ଥିତ ଏକ ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲେବି ଏକ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଜୋସ୍ ଫିଟନେସ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲେ। ସେ ଦକ୍ଷିଣ ଆମେରିକୀୟ ଚାମ୍ପିଅନସିପ୍ ପରି ବଡି ବିଲଡିଂ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ।