ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କଲେ ଦୀପା କର୍ମକର

ନୂଆଦିଲ୍ଲୀ: ଭାରତର ପ୍ରଥମ ଅଲିମ୍ପିଆନ୍‌ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କରିଛନ୍ତି। ୩୧ ବର୍ଷୀୟା ଦୀପା ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଅବସର ବିଷୟରେ ସୂଚନା ଦେଇଛନ୍ତି। ନିଜ ‘ଏକ୍ସ’ରେ ଗୋଟିଏ ପୃଷ୍ଠା ପୋଷ୍ଟ କରି ଲେଖିଛନ୍ତି, ବହୁ ଚିନ୍ତା କରିବା ପରେ ମୁଁ ଜିମ୍ନାଷ୍ଟିକ୍ସରୁ ଅବସର ନେବା ଲାଗି ନିଷ୍ପତ୍ତି ନେଇଥିଲି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା କିନ୍ତୁ ଏହା ଠିକ୍‌ ସମୟ। ଜିମ୍ନାଷ୍ଟିକ୍ସ ମୋ ଜୀବନର ଏକ […]

ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କଲେ ଦୀପା କର୍ମକର

ନୂଆଦିଲ୍ଲୀ: ଭାରତର ପ୍ରଥମ ଅଲିମ୍ପିଆନ୍‌ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କରିଛନ୍ତି। ୩୧ ବର୍ଷୀୟା ଦୀପା ସୋମବାର ସାମାଜିକ ଗଣମାଧ୍ୟମରେ ଏହି ଅବସର ବିଷୟରେ ସୂଚନା ଦେଇଛନ୍ତି। ନିଜ ‘ଏକ୍ସ’ରେ ଗୋଟିଏ ପୃଷ୍ଠା ପୋଷ୍ଟ କରି ଲେଖିଛନ୍ତି, ବହୁ ଚିନ୍ତା କରିବା ପରେ ମୁଁ ଜିମ୍ନାଷ୍ଟିକ୍ସରୁ ଅବସର ନେବା ଲାଗି ନିଷ୍ପତ୍ତି ନେଇଥିଲି। ଏହି ନିଷ୍ପତ୍ତି ମୋ ପାଇଁ ସହଜ ନଥିଲା କିନ୍ତୁ ଏହା ଠିକ୍‌ ସମୟ। ଜିମ୍ନାଷ୍ଟିକ୍ସ ମୋ ଜୀବନର ଏକ ବଡ଼ ଅଂଶ ଏବଂ ମୁଁ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ କୃତଜ୍ଞ। ବିଶ୍ବ ଦରବାରରେ ଭାରତକୁ ପ୍ରତିନିଧିତ୍ବ କରିବା ଏବଂ ପଦକ ଜିତିବା ଗର୍ବର ବିଷୟ। ମୁଁ ମୋର ପ୍ରଶିକ୍ଷକ ବିଶ୍ବେଶ୍ବର ନନ୍ଦି ସାର୍‌ ଓ ସୋମା ମ୍ୟାଡାମ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି, ଯିଏ ମୋତେ ଗତ ୨୫ ବର୍ଷ ହେଲା ମାର୍ଗଦର୍ଶନ ଓ ଶକ୍ତି ଦେଇ ଆସୁଛନ୍ତି। ମୋତେ ଯେଉଁ ସହଯୋଗ ମିଳିଛି ଏଥିପାଇଁ ତ୍ରିପୁରା ସରକାର, ଜିମ୍ନାଷ୍ଟିକ୍ସ ମହାସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ, ମେରାକି ସ୍ପୋର୍ଟ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟକୁ ବହୁତ ଧନ୍ୟବାଦ ଦେବାକୁ ଚାହୁଛି। ଶେଷରେ ମୋ ପରିବାରକୁ, ଯେଉଁମାନେ ମୋ ଭଲ ଓ ଖରାପ ଦିନରେ ସବୁବେଳେ ମୋ ସାଥୀରେ ଥିଲେ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଦୀପା ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ରିଓ ଅଲିମ୍ପିକ୍ସ ଭାଗ ନେଇ ଭଲ୍ଟରେ ସେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଖେଳ ଜୀବନରେ ଦୀପା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ ଚାମ୍ପିଅନ୍‌ସିପ୍‌ରେ କାଂସ୍ୟ ପାଇଛନ୍ତି। ଏଥିସହ ୨୦୧୯ ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ୍‌ କପ୍‌ରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟ ଭାବେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲେ। ଦୀପାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଓ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଛି।