ଜିମ୍‌ରୁ ଫେରୁଥିଲେ ଯୁବକ; ଗୁଳିମାଡ଼ କଲେ ଦୁର୍ବୃତ୍ତ

ଆଜି ସକାଳେ ଯୁବକ ଜଣଙ୍କ ଜିମ୍‌ରୁ ନିଜ ଘରକୁ ଫେରୁଥିଲେ।

ଜିମ୍‌ରୁ ଫେରୁଥିଲେ ଯୁବକ; ଗୁଳିମାଡ଼ କଲେ ଦୁର୍ବୃତ୍ତ

ଜିମ୍‌ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ନିକଟରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ବିନ୍ଧାଣି।

ଆଜି ସକାଳେ ମନୋରଞ୍ଜନ ଜିମ୍‌ରୁ ନିଜ ଘରକୁ ଫେରୁଥିଲେ। ବାଲିଆପାଳ ନିକଟରେ ୪ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଉପରକୁ ଗୁଳି ଚଲାଇ ଥିଲେ। ମନୋରଞ୍ଜନ ଜୀବନ ବିକଳରେ ଦୌଡ଼ି ଯାଇ ସ୍ଥାନୀୟ ରେମୁଣା ବିଧାୟକଙ୍କ ଘରେ ପଶି ଯାଇଥିଲେ। ତାଙ୍କ ମୁହଁକୁ ଗୁଳି ଛୁଇଁ ଚାଲିଯାଇଥିଲା। ମନୋରଞ୍ଜନଙ୍କ ମୁହଁରେ ସାମାନ୍ୟ ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଚିକିତ୍ସାପରେ ମନୋରଞ୍ଜନ ସୁସ୍ଥ ଥିବା ଜଣାପଡ଼ିଛି।  

ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ଗୁଳିମାଡ କଲେ, ଏହାପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ।  ତେବେ ଗୁଳିକାଣ୍ଡ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ବିବାଦରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସହଦେବଖୁଣ୍ଟା ପୁଲିସ ଘଟଣାର ତଦନ୍ତ କରୁଛି।