ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ

କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଟାଟା ଷ୍ଟିଲ (ୟାଟ୍ସ) ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ଭାଗ ନେଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରୟାଗରାଜ ପଣ୍ଡା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଗ୍ରାଣ୍ଡ ଫାଇନାଲରେ କଳାହାଣ୍ଡି ଜିଲା ପାଇଁ ସେ ଜଣେ ମାତ୍ର ଛାତ୍ର ଭାବେ ମନୋନୀତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ଭୁବନେଶ୍ୱର ପଠାଣି ସାମନ୍ତ […] The post ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ appeared first on Dharitri Odia News.

ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ

କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଟାଟା ଷ୍ଟିଲ (ୟାଟ୍ସ) ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ଭାଗ ନେଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପ୍ରୟାଗରାଜ ପଣ୍ଡା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଗ୍ରାଣ୍ଡ ଫାଇନାଲରେ କଳାହାଣ୍ଡି ଜିଲା ପାଇଁ ସେ ଜଣେ ମାତ୍ର ଛାତ୍ର ଭାବେ ମନୋନୀତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନୋଟାରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରୁ ମାନପତ୍ର ସହ ଟ୍ରଫି ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ଅଧିକାରୀ ଓ ପ୍ଲାନେଟୋରିୟମର ଅଧିକାରୀ ଉପସ୍ଥିତ ଥିଲେ। ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ ପୁଅ ହେଉଛନ୍ତି ପ୍ରୟାଗରାଜ।

The post ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ appeared first on Dharitri Odia News.