ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ
ବାଲେଶ୍ୱର, ୧୯।୬: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେଇଛି। ସେହିପରି ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା କର୍ଫ୍ୟୁ କୋହଳ କରାଯାଇଛି। ଏହାସହିତ କେବଳ ବ୍ୟାଙ୍କରେ ଜାରି ରହିବ ଲିଜ୍ ଲାଇନ୍ ଇଣ୍ଟରନେଟ ସେବା। ତେବେ ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି […] The post ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ appeared first on Dharitri Odia News.
ବାଲେଶ୍ୱର, ୧୯।୬: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେଇଛି। ସେହିପରି ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା କର୍ଫ୍ୟୁ କୋହଳ କରାଯାଇଛି। ଏହାସହିତ କେବଳ ବ୍ୟାଙ୍କରେ ଜାରି ରହିବ ଲିଜ୍ ଲାଇନ୍ ଇଣ୍ଟରନେଟ ସେବା।
ତେବେ ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି। କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଗୋଷ୍ଠୀ ବିବାଦ ଜନିତ ହିଂସାକାଣ୍ଡ ଓ ଭଙ୍ଗାରୁଜାକୁ ନେଇ ରୁଜୁ ହୋଇଥିବା ୧୫ଟି ମାମଲାରେ ମୋଟ ୫୦ରୁ ଉଦ୍ଧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୬ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଆସିବାର ନିର୍ଦେଶ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ସୂଚନାଯୋଗ୍ୟ ନାଳରେ ପ୍ରବାହିତ ଲାଲ୍ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା। ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ।
ପରେ ମଧ୍ୟରାତ୍ରରେ ସୋଏଲପୁରସ୍ଥିତ ମସ୍ଜିଦ୍ ଓ ପାତ୍ରପଡାସ୍ଥିତ ମସ୍ଜିଦ୍ରେ ଗୋଟିଏ ଗୋଷ୍ଠୀ ପଶି ଭଙ୍ଗାରୁଜା କରିଥିଲେ। ଉକ୍ତ ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ୧୪୪ଜଣ ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସ୍ପି ସାଗରିକା ନାଥ ଓ ଜିଲାପାଳ ଆଶିଷ ଠାକ୍ରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ କର୍ଫ୍ୟୁ ଜାରି କରାଯାଇଥିଲା।
The post ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ appeared first on Dharitri Odia News.