ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା…

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): ଲଘୁଚାପ ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଫିସ ଖୋଲା ରହିବ ବୋଲି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶନାମା ଜାରି କରିଥିଲେ। କଟକ ଜିଲା ସଦରମହକୁମାରେ ଅବସ୍ଥିତ ସଦର ବ୍ଲକ ଶନିବାର ଖୋଲାଥିଲା। ସମସ୍ତ ଷ୍ଟାଫ୍‌ ଉପସ୍ଥିତ ଥିଲେ ମଧ୍ୟ ବିଡିଓ ପ୍ରତୀକ ସାହୁ ଅଫିସକୁ ଆସି ନ ଥିଲେ। ସମସ୍ତଙ୍କ ଗୋଟିଏ ଚିନ୍ତା ଥିଲା, ହୁଏତ ବିଡିଓ ସାହୁ କଟକ ଜିଲାପାଳଙ୍କ ସହ […] The post ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା… appeared first on Dharitri Odia News.

ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା…

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): ଲଘୁଚାପ ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଫିସ ଖୋଲା ରହିବ ବୋଲି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶନାମା ଜାରି କରିଥିଲେ। କଟକ ଜିଲା ସଦରମହକୁମାରେ ଅବସ୍ଥିତ ସଦର ବ୍ଲକ ଶନିବାର ଖୋଲାଥିଲା। ସମସ୍ତ ଷ୍ଟାଫ୍‌ ଉପସ୍ଥିତ ଥିଲେ ମଧ୍ୟ ବିଡିଓ ପ୍ରତୀକ ସାହୁ ଅଫିସକୁ ଆସି ନ ଥିଲେ। ସମସ୍ତଙ୍କ ଗୋଟିଏ ଚିନ୍ତା ଥିଲା, ହୁଏତ ବିଡିଓ ସାହୁ କଟକ ଜିଲାପାଳଙ୍କ ସହ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବେ। ମାତ୍ର ଖବର ମିଳିଛି ସାହୁଙ୍କ କାର୍‌ ରାମଚଣ୍ଡୀ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନଦୀକୁ ଖସି ପଡ଼ିଛି। ପରେ ତାଙ୍କୁ ଓ ଧର୍ମପତ୍ନୀ ଆହତ ହୋଇ ପୁରୀ ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ଜିଲାପାଳଙ୍କ ଆଦେଶକୁ ବିଡିଓ କିପରି ଅବମାନନା କରି ଜିଲା ବାହାରକୁ ବୁଲି ଯାଇଥିଲେ। ସପରିବାର ବାହାରକୁ ଯାଇ ବ୍ଲକବାସୀଙ୍କୁ ସଙ୍କଟରେ ପକାଇବା ନିୟମ ଦୃଷ୍ଟିରୁ କେତେଦୂର ଯଥାର୍ଥ, ତା’ର ତଦନ୍ତ ଲୋକସେବା ଭବନର କୌଣସି ଅଧିକାରୀଙ୍କ ଦାରା କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲାପାଳ ଶିନ୍ଦେ କୁହନ୍ତି, ବିଡିଓ ଚିକିତ୍ସାଧୀନ ଥିବାରୁ ତାଙ୍କୁ କିଛି ପଚରା ଯାଇପାରୁନାହିଁ।ଏହା ଗୋଟିଏ ସ୍ପର୍ଶକାତର ବିଷୟ ଅଟେ। କାହାକୁ କହି ଜିଲା ବାହାରକୁ ଯାଇଥିଲେ, ତା’ର ତଦନ୍ତ ସୁସ୍ଥ ହେଲା ପରେ କରାଯିବ।

The post ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା… appeared first on Dharitri Odia News.