ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ
ଟୋକିଓ,୨୯ା୧୦: ଜାପାନ ପାର୍ଲାମେଣ୍ଟର ୪୬୫ ସଦସ୍ୟବିଶିଷ୍ଟ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହରାଇଛି। ରବିବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଇଶିବାଙ୍କ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ପାର୍ଲାମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ରହିଥିବାରୁ ସରକାର ବଦଳିବା ଆଶା କରାଯାଉନି। ତେବେ ଫଳାଫଳ ସେଠାରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ସରକାରୀ ଦଳର ଅତ୍ୟଧିକ ଦୁର୍ନୀତିରେ ଅତିଷ୍ଠ ଥିବା ଜାପାନ ଜନସାଧାରଣ ଭୋଟ ଜରିଆରେ ସେମାନଙ୍କ କ୍ରୋଧ ବ୍ୟକ୍ତ କରିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ […] The post ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ appeared first on Dharitri Odia News.
ଟୋକିଓ,୨୯ା୧୦: ଜାପାନ ପାର୍ଲାମେଣ୍ଟର ୪୬୫ ସଦସ୍ୟବିଶିଷ୍ଟ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହରାଇଛି। ରବିବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଇଶିବାଙ୍କ ଲିବେରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ପାର୍ଲାମେଣ୍ଟରେ ଏକକ ସଂଖ୍ୟାଗରିଷ୍ଠ ରହିଥିବାରୁ ସରକାର ବଦଳିବା ଆଶା କରାଯାଉନି। ତେବେ ଫଳାଫଳ ସେଠାରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ସରକାରୀ ଦଳର ଅତ୍ୟଧିକ ଦୁର୍ନୀତିରେ ଅତିଷ୍ଠ ଥିବା ଜାପାନ ଜନସାଧାରଣ ଭୋଟ ଜରିଆରେ ସେମାନଙ୍କ କ୍ରୋଧ ବ୍ୟକ୍ତ କରିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ ପାର୍ଲାମେଣ୍ଟରେ ଇଶିବା ତାଙ୍କ ଦଳର ନୀତି ଓ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡ଼ିବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ତୃତୀୟ ସହଯୋଗୀ ଦଳକୁ ସାଙ୍ଗରେ ନେବାକୁ ପଡ଼ିବ। ତେବେ ଉଚ୍ଚ ସଦନରେ ଏଲ୍ଡିପି ମେଣ୍ଟ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି। ଶାସକ ମେଣ୍ଟ ୨୧୫ ଆସନରେ ବିଜୟୀ ହୋଇଛି। ପୂର୍ବରୁ ମେଣ୍ଟ ସରକାରଙ୍କ ପାଖରେ ୨୭୯ ଆସନ ରହିଥିଲା। ଅକ୍ଟୋବର ୧ରେ ଇଶିବା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
The post ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ appeared first on Dharitri Odia News.