ଜିଲ୍ଲା ସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳନ
ସମ୍ବଲପୁର:ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ଶୌଚାଳୟ ଦିବସ ୨୦୨୪ ଅଭିଯାନର ଶୁଭାରମ୍ଭ ହୋଇଛି। ଶୌଚାଳୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ସୁରକ୍ଷିତ/ ସ୍ୱଚ୍ଛ ଶୌଚାଳୟ ଉପଲବ୍ଧତା ଏବଂ ସାମଗ୍ରିକ ପରିମଳ ସମ୍ବନ୍ଧୀୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ଶୌଚାଳୟ ଦିବସ ଅଭିଯାନର ବିଷୟବସ୍ତୁ ହେଉଛି ହମାରା ଶୌଚାଳୟ: ହମାରା ସମ୍ମାନ । ଏହି […] The post ଜିଲ୍ଲା ସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳନ appeared first on Odisha.News.

ସମ୍ବଲପୁର:ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ଶୌଚାଳୟ ଦିବସ ୨୦୨୪ ଅଭିଯାନର ଶୁଭାରମ୍ଭ ହୋଇଛି। ଶୌଚାଳୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ସୁରକ୍ଷିତ/ ସ୍ୱଚ୍ଛ ଶୌଚାଳୟ ଉପଲବ୍ଧତା ଏବଂ ସାମଗ୍ରିକ ପରିମଳ ସମ୍ବନ୍ଧୀୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ଶୌଚାଳୟ ଦିବସ ଅଭିଯାନର ବିଷୟବସ୍ତୁ ହେଉଛି ହମାରା ଶୌଚାଳୟ: ହମାରା ସମ୍ମାନ । ଏହି ଅଭିଯାନ ମାନବାଧିକାର ଦିବସ ଅର୍ଥାତ ୧୦ ଡିସେମ୍ବର ୨୦୨୪ରେ ଶେଷ ହେବ ।
ଉପରୋକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ମୁଖ୍ୟ ଜ଼ିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ(Technical) ଶ୍ରୀ ବିବି ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଆର.ଡବ୍ଲ୍ୟୁ.ଏସ୍.ଏସ୍. ସୁଚିତ୍ର କୁମାର ମହାନ୍ତି, ଜିଲ୍ଲା ପରିମଳ ପରାମର୍ଶଦାତା ଶ୍ରୀ ବିଦ୍ୟୁତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ କହିଛନ୍ତି ଶୌଚାଳୟ ର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ । ଉତ୍ତମ ଶୌଚାଳୟ ନିର୍ମାଣ ସହ ଏ ନେଇ ନିଜ ପରିବାର ର ଲୋକ, ନିଜ ଗ୍ରାମ ବାସି ଙ୍କୁ ସଚେତନତା କରାଇବାକୁ ସେ ବୈଠକରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର କହିଛନ୍ତି ଯେ ଶୌଚାଳୟର ବ୍ୟବହାର ଏବଂ ଏହା ବିଷୟରେ ସଚେତନତା ଏକ ମିଳିତ ପ୍ରୟାସ । ଏଥିପାଇଁ ଆଚରଣଗତ ପରିବର୍ତ୍ତନ ର ଆବଶ୍ୟକତା ରହିଛି। ଲୋକଙ୍କୁ ସଚେତନ କରିବା ସହ ଭିତ୍ତିଭୂମି ଅର୍ଥାତ୍ ସୁସ୍ଥ ଶୌଚାଳୟ ନିର୍ମାଣ କଲେ ସୁସ୍ଥ ସମାଜ ଟିଏ ଗଢିବା ଆମ ପକ୍ଷେ ସହଜ ହୋଇପାରିବ। ଯେଉଁଠି ଜାଗା ଅଭାବ ରହିଛି, ସେଠାରେ କମ୍ୟୁନିଟି ସାନିଟାରୀ କମ୍ପ୍ଲେକ୍ସ ନିର୍ମାଣ କରିଲେ ଖୋଲା ରେ ସୌଚ(ଓପେନ ଡେ଼ଫେକେସନ ) ହ୍ରାସ ପାଇବ। ଯଦି ଆମେ ଏ ଦିଗରେ ପଦକ୍ଷେପ ନେବୁ ତେବେ ଆମେ ନିରନ୍ତର ବିକାଶ ଲକ୍ଷ୍ ୬ ଅର୍ଥାତ୍ ସ୍ୱଚ୍ଛ ଜଳ ଓ ପରିମଳ ହାସଲ କରିବାରେ ସକ୍ଷମ ହୋଇପାରିବା ।
ବୈଠକ ଶେଷରେ ୧୫ ଜଣ ବ୍ୟକ୍ତି ଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚାଳୟ ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି।
The post ଜିଲ୍ଲା ସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳନ appeared first on Odisha.News.