ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଧାୟିକା, ପୋଲିସ ସହ ହେଲା ପ୍ରବଳ ଯୁକ୍ତିତର୍କ

ବରଗଡ଼: ବରଗଡ ଜିଲ୍ଲାପାଙ୍କ  କାର୍ଯ୍ୟାଳୟକୁ ଧସେଇ ପସିଲେ ପଦ୍ମପୁର  ବିଜେଡ଼ି ବିଧାୟିକା  ବର୍ଷା ସିଂ ବରିହା। ପୋଲିସ ସହ ବିଧାୟିକା ପ୍ରବଳ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। ଚଳିତ ରବି ଧାନ ସଂଗ୍ରହ ସମୟରେ ଅଦିନିଆ ବର୍ଷାରେ ଧାନ ଅମଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷ ବିଲରେ ଧାନ ପଡ଼ି ଗଜା ହୋଇ ଅମଳ ଧାନ ନଷ୍ଟ ହୋଇ ଯାଇଛି। ତେବେ କ୍ଷୟ କ୍ଷତି ପାଇଁ ଚାଷୀ ଧାନ  ବିକ୍ରୟ ପାଇଁ ହନ୍ତସନ୍ତ ହେଉଛି। ସରକାରୀ କଳର ଉଦାସୀନତା ବିରୁଦ୍ଧରେ ଏବଂ ଚାଷୀମାନଙ୍କୁ ସଠିକ କ୍ଷତିପୁରଣ ଯଥାଶୀଘ୍ର ପ୍ରଦାନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ହେଲେ ଦାବି ଦେବା ପୂର୍ବରୁ ଜିଲ୍ଲାପାଳଙ୍କ ଭିସି ମିଟିଂ ଥିବାରୁ ଅନୁପସ୍ଥିତ ଥିଲେ ଯାହାଙ୍କୁ ନେଇ ଦଳୀୟ କର୍ମୀ ନେତା ଓ ବିଧାୟିକା ରାଗିଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧସେଇ ପଶି ଭିତରେ ନାରା ବାଜି କରୁଥିବା ସମୟରେ ପୋଲିସ ଓ ପଦ୍ମପୁର ବିଧାୟିକା  ବର୍ଷା ସିଂ ବରିହା ମୁହାଁମୁହିଁ ହୋଇଛନ୍ତି। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଧାୟିକା, ପୋଲିସ ସହ ହେଲା ପ୍ରବଳ ଯୁକ୍ତିତର୍କ

ବରଗଡ଼: ବରଗଡ ଜିଲ୍ଲାପାଙ୍କ  କାର୍ଯ୍ୟାଳୟକୁ ଧସେଇ ପସିଲେ ପଦ୍ମପୁର  ବିଜେଡ଼ି ବିଧାୟିକା  ବର୍ଷା ସିଂ ବରିହା। ପୋଲିସ ସହ ବିଧାୟିକା ପ୍ରବଳ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। ଚଳିତ ରବି ଧାନ ସଂଗ୍ରହ ସମୟରେ ଅଦିନିଆ ବର୍ଷାରେ ଧାନ ଅମଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷ ବିଲରେ ଧାନ ପଡ଼ି ଗଜା ହୋଇ ଅମଳ ଧାନ ନଷ୍ଟ ହୋଇ ଯାଇଛି। ତେବେ କ୍ଷୟ କ୍ଷତି ପାଇଁ ଚାଷୀ ଧାନ  ବିକ୍ରୟ ପାଇଁ ହନ୍ତସନ୍ତ ହେଉଛି। 

ସରକାରୀ କଳର ଉଦାସୀନତା ବିରୁଦ୍ଧରେ ଏବଂ ଚାଷୀମାନଙ୍କୁ ସଠିକ କ୍ଷତିପୁରଣ ଯଥାଶୀଘ୍ର ପ୍ରଦାନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ହେଲେ ଦାବି ଦେବା ପୂର୍ବରୁ ଜିଲ୍ଲାପାଳଙ୍କ ଭିସି ମିଟିଂ ଥିବାରୁ ଅନୁପସ୍ଥିତ ଥିଲେ ଯାହାଙ୍କୁ ନେଇ ଦଳୀୟ କର୍ମୀ ନେତା ଓ ବିଧାୟିକା ରାଗିଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧସେଇ ପଶି ଭିତରେ ନାରା ବାଜି କରୁଥିବା ସମୟରେ ପୋଲିସ ଓ ପଦ୍ମପୁର ବିଧାୟିକା  ବର୍ଷା ସିଂ ବରିହା ମୁହାଁମୁହିଁ ହୋଇଛନ୍ତି।