ଏବେ ଖାଲି ପାଣି ବନ୍ଦ ହୋଇଛି, କାଲି ଶରୀରରୁ ରକ୍ତ ବୋହିବ: ପାକିସ୍ତାନକୁ ଧମକ ଦେଲେ ରାଜଭର
ନୂଆଦିଲ୍ଲୀ,୫।୫: ୟୁପି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଜମିଅତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅର୍ଶଦ ମଦାନୀଙ୍କ ବୟାନକୁ କଡ଼ା ଆକ୍ରମଣ କରିଛନ୍ତି। ମଦନି ଏହା କହିଥିଲେ, ପାକିସ୍ତାନର ପାଣି ବନ୍ଦ କରିବାର ନିଷ୍ପତ୍ତି ସଠିକ ନ ଥିଲା। ଏବେ ତାଙ୍କ ବୟାନକୁ ନେଇ ରାଜନୀତି ଜୋର ଧରିଛି। ରାଜଭର କହିଛନ୍ତି, ଏହା ଭାରତ ସରକାରଙ୍କ ନିଷ୍ପତ୍ତି। ଯଦି କାହାକଚୁ ଖରାପ ଲାଗୁଛି, ତେବେ ସେମାନେ ପାକିସ୍ତାନ ଯାଇ ଆତଙ୍କବାଦୀମାନଙ୍କୁ ବୁଝାଇବା ଉଚିତ। ଏବେ ପାଣି […] The post ଏବେ ଖାଲି ପାଣି ବନ୍ଦ ହୋଇଛି, କାଲି ଶରୀରରୁ ରକ୍ତ ବୋହିବ: ପାକିସ୍ତାନକୁ ଧମକ ଦେଲେ ରାଜଭର appeared first on Dharitri Odia News.
ନୂଆଦିଲ୍ଲୀ,୫।୫: ୟୁପି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓମ ପ୍ରକାଶ ରାଜଭର ଜମିଅତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅର୍ଶଦ ମଦାନୀଙ୍କ ବୟାନକୁ କଡ଼ା ଆକ୍ରମଣ କରିଛନ୍ତି। ମଦନି ଏହା କହିଥିଲେ, ପାକିସ୍ତାନର ପାଣି ବନ୍ଦ କରିବାର ନିଷ୍ପତ୍ତି ସଠିକ ନ ଥିଲା। ଏବେ ତାଙ୍କ ବୟାନକୁ ନେଇ ରାଜନୀତି ଜୋର ଧରିଛି। ରାଜଭର କହିଛନ୍ତି, ଏହା ଭାରତ ସରକାରଙ୍କ ନିଷ୍ପତ୍ତି। ଯଦି କାହାକଚୁ ଖରାପ ଲାଗୁଛି, ତେବେ ସେମାନେ ପାକିସ୍ତାନ ଯାଇ ଆତଙ୍କବାଦୀମାନଙ୍କୁ ବୁଝାଇବା ଉଚିତ। ଏବେ ପାଣି ବନ୍ଦ ହୋଇଯାଇଛି, କାଲି ତାଙ୍କ ଶରୀରରୁ ରକ୍ତ ବୋହିବ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ ଅନେକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମାନ କ୍ରମରେ, ସରକାର ଦୁଇ ଦେଶ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ମଧ୍ୟ ବାତିଲ କରିଛନ୍ତି। ଓମ ପ୍ରକାଶ ରାଜଭର କହିଛନ୍ତି, ଏହା ଭାରତ ସରକାରଙ୍କ ନୀତି। ଶତ୍ରୁକୁ ପରାସ୍ତ କରିବା ପାଇଁ କ’ଣ କରାଯିବା ଆବଶ୍ୟକ ତାହା ଭାରତ ସରକାର ନିଷ୍ପତ୍ତି ନେବେ ଏବଂ ଏହା କାହାର ଇଙ୍ଗିତରେ ନୁହେଁ। ଖରାପ ଲାଗୁଛି, ତେବେ ସେମାନେ ପାକିସ୍ତାନ ଯାଇ ଆତଙ୍କବାଦୀମାନଙ୍କୁ ବୁଝାଇବା ଉଚିତ ଯେ ଏବେ ପାଣି ଯୋଗାଣ ବନ୍ଦ ହୋଇଯାଇଛି। କାଲି ଯଦି ତୁମ ଶରୀରରୁ ରକ୍ତ ବାହାର କରିଦିଆଯାଏ ତେବେ ତୁମେ କ’ଣ କରିବ?
ଜମିଅତ ଉଲେମା-ଏ-ହିନ୍ଦର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦାନି ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ଉପରେ କହିଥିଲେ, ଯଦି କେହି ପାଣି ବନ୍ଦ କରୁଛନ୍ତି, ତେବେ ସେମାନଙ୍କୁ ଛାଡ଼ିଦିଅ। ଏହି ନଦୀଗୁଡ଼ିକ ହଜାର ହଜାର ବର୍ଷ ଧରି ପ୍ରବାହିତ ହୋଇଆସୁଛନ୍ତି। ତୁମେ ସେମାନଙ୍କର ପାଣି କେଉଁଠାରୁ ନେବ? ଏହା ସହଜ ନୁହେଁ। ପାଣି ବନ୍ଦ କରିବା ଦେଶ ପାଇଁ ଭଲ ନୁହେଁ। ମୁଁ ଭାବୁଛି ନିୟମ ଘୃଣାର ନୁହେଁ ପ୍ରେମର ହେବା ଉଚିତ। ମୁଁ ଜଣେ ମୁସଲମାନ ଏବଂ ମୁଁ ଏହି ଦେଶରେ ମୋର ଜୀବନ ବଞ୍ଚୁଛି। ଏଠାରେ ଯେଉଁ ଜିନିଷଗୁଡ଼ିକର ପ୍ରଚାର କରାଯାଉଛି ତାହା ଦେଶ ପାଇଁ ଭଲ ନୁହେଁ।
ମୌଲାନା ମଦନିଙ୍କ ଏହି ବକ୍ତବ୍ୟ ଉପରେ ଭାରତୀୟ ଜନତା ପାର୍ଟି ମଧ୍ୟ କଡ଼ା ଆପତ୍ତି ଉଠାଇଛି। ଭାଜପା ନେତା ଶାହନୱାଜ ହୁସେନ ଏହି ବୟାନକୁ ନିନ୍ଦା କରି କହିଛନ୍ତି, ପାକିସ୍ତାନ ରକ୍ତପାତ ସୃଷ୍ଟି କରିପାରିବ ଏବଂ ଆମେ ଏହାର ପାଣି ମଧ୍ୟ ବନ୍ଦ କରିପାରିବୁ ନାହିଁ। ତାଙ୍କର ବକ୍ତବ୍ୟ ଆପତ୍ତିଜନକ।
The post ଏବେ ଖାଲି ପାଣି ବନ୍ଦ ହୋଇଛି, କାଲି ଶରୀରରୁ ରକ୍ତ ବୋହିବ: ପାକିସ୍ତାନକୁ ଧମକ ଦେଲେ ରାଜଭର appeared first on Dharitri Odia News.