ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା
ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଗତ ୧ ତାରିଖରେ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ସୀତାରାମଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେବେଠାରୁ ଆଉ କାହାକୁ ବିଇଓ ଦାୟିତ୍ୱ ଦିଆଯାଇ ନ ଥିବାରୁ ଛତ୍ରପୁରର ୬୧୫ ଶିକ୍ଷକ ଅଗଷ୍ଟ ମାସର ଦରମା ପାଇପାରି ନାହାଁନ୍ତି । ଅନ୍ୟପଟେ ୨୭ଦିନ ପରେ […] The post ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା appeared first on Dharitri Odia News.
ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଗତ ୧ ତାରିଖରେ ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ସୀତାରାମଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସେବେଠାରୁ ଆଉ କାହାକୁ ବିଇଓ ଦାୟିତ୍ୱ ଦିଆଯାଇ ନ ଥିବାରୁ ଛତ୍ରପୁରର ୬୧୫ ଶିକ୍ଷକ ଅଗଷ୍ଟ ମାସର ଦରମା ପାଇପାରି ନାହାଁନ୍ତି ।
ଅନ୍ୟପଟେ ୨୭ଦିନ ପରେ ଛତ୍ରପୁର ସରକାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ୱାରିକାନାଥ ବେହେରାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଏଥିପାଇଁ କୌଣସି ଭତ୍ତା ମିଳିବ ନାହିଁ। ପ୍ରଧାନଶିକ୍ଷକ ବେହେରାଙ୍କୁ ଆର୍ଥତ୍କ କ୍ଷମତା ମଧ୍ୟ ଦିଆଯାଇଛି। ତେଣୁ ସେ ଶିକ୍ଷକମାନଙ୍କ ଦରମା କରିପାରିବେ।
ଏହି ସମ୍ପର୍କରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କଠାରୁ ଶୁକ୍ରବାର ଚିଠି(ନଂ.୨୦୧୮୫) ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କୁ ଏବଂ ଆଉ ଏକ ଚିଠି (ନଂ.୨୦୧୮୬) ଜିଲା ଟ୍ରେଜେରୀ ଅଫିସରଙ୍କ ନିକଟକୁ ଆସିଛି।
ଗତ ୨୪ ତାରିଖରେ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ସମ୍ପର୍କରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ପଠାଯାଇଥିଲା। ସୂଚନାଯୋଗ୍ୟ, ପ୍ରତ୍ୟେକ ମାସରେ ଶିକ୍ଷକଙ୍କ ଉପସ୍ଥାପନ ରିପୋର୍ଟ ବିଇଓଙ୍କ କାର୍ଯ୍ୟାଳୟକୁ ଆସିଥାଏ। ବିଇଓ ଅଫିସରେ ବିଲ୍ ପ୍ରସ୍ତୁତ ହେବା ପରେ ଟ୍ରେଜେରୀକୁ ପଠାଯାଇଥାଏ। ଟ୍ରେଜେରୀରୁ ଟଙ୍କା ଶିକ୍ଷକଙ୍କ ଆକାଉଣ୍ଟକୁ ଦରମା ଆସିଥାଏ। ସେପଟେ ଜେଲ ଯାଇଥିବା ବିଇଓ ପାତ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ବିଳମ୍ବ ହୋଇଛି। ଜଣେ ସରକାରୀ ଅଧିକାରୀ ୪୮ ଘଣ୍ଟା ବିନା ସୂଚନାରେ ଅନୁପସ୍ଥିତ ରହିଲେ ନିଲମ୍ବନ ହେବା ନିୟମ ରହିଛି।
The post ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା appeared first on Dharitri Odia News.