ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୪: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ସେତେ ପୋତି ପକାଉଛନ୍ତି। ଭାଜପା, ବିରୋଧୀ ଦଳଙ୍କୁ ପରିବାରବାଦ ଅଭିଯୋଗ ଲଗାଉଥିବାବେଳେ ଅନ୍ୟପଟେ ବିରୋଧି ଦଳ ମଧ୍ୟ ଭାଜପା ଉପରେ ପରିବାରବାଦ ଆରୋପ ଲଗାଉଛନ୍ତି। କଂଗ୍ରେସ ଓ ସମାଜବାଦୀ ପାର୍ଟି କହିବାନୁସାରେ, ଭାଜପାରେ ମଧ୍ୟ ବହୁ ପରିବାରବାଦର ଉଦାହରଣ ଦେଖିବାକୁ ମିଳୁଛି। ଯେପରି କି, ରାଜନାଥଙ୍କ ପୁଅ ପଙ୍କଜ ସିଂ ଓ କଲ୍ୟାଣ ସିଂଙ୍କ ପୁଅ […] The post ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.

ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୪: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ସେତେ ପୋତି ପକାଉଛନ୍ତି। ଭାଜପା, ବିରୋଧୀ ଦଳଙ୍କୁ ପରିବାରବାଦ ଅଭିଯୋଗ ଲଗାଉଥିବାବେଳେ ଅନ୍ୟପଟେ ବିରୋଧି ଦଳ ମଧ୍ୟ ଭାଜପା ଉପରେ ପରିବାରବାଦ ଆରୋପ ଲଗାଉଛନ୍ତି। କଂଗ୍ରେସ ଓ ସମାଜବାଦୀ ପାର୍ଟି କହିବାନୁସାରେ, ଭାଜପାରେ ମଧ୍ୟ ବହୁ ପରିବାରବାଦର ଉଦାହରଣ ଦେଖିବାକୁ ମିଳୁଛି। ଯେପରି କି, ରାଜନାଥଙ୍କ ପୁଅ ପଙ୍କଜ ସିଂ ଓ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂଙ୍କ ସମେତ ବହୁ ନାମ ଉପରେ ବିରୋଧୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ତାଙ୍କ ପୁଅଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ସେ ସୂଚନା ଦେଇଛନ୍ତି।

ନାଗପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, ମୋ ପୁଅକୁ ଚାକିରି କେମିତି ମିଳିବ ଏନେଇ ମୁଁ କେବେ ବି ଚିନ୍ତା କରିନାହିଁ। ମୋ ପୁଅମାନେ ରାଜନୀତିରେ ନାହାନ୍ତି। ସେମାନଙ୍କୁ ମୁଁ କହିଛି, ମୋ ପୂଣ୍ୟକୁ ଉପଯୋଗ କରି ତୁମେ ରାଜନୀତିରେ ଓହ୍ଲାଅ ନାହିଁ। ଯଦି ରାଜନୀତିରେ ଯିବାକୁ ଚାହୁଁଛ ତେବେ ‘ପୋଷ୍ଟର ଲଗାଅ, କାନ୍ଥବାଡରେ ରଙ୍ଗ କର, ଲୋକଙ୍କ ପାଖକୁ ଯାଅ’।

ମୁଁ ଆଜିଯାଏଁ କରିଥିବା କାମ ଉପରେ ଯଦି କାହାର ଅଧିକାର ଅଛି ତେବେ ତାହା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କର। ନାଗପୁର ମୋର ପରିବାର ଅଟେ। ଆଉ ଆପଣମାନେ ସବୁ ମୋର, ମୁଁ ଆପଣଙ୍କର ଅଟେ ବୋଲି ଗଡକରୀ କହିଛନ୍ତି।

The post ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.