ଜିଲ୍ଲାସ୍ତରରେ ପ୍ରତିବାଦ କରିବ ପ୍ରାଥମିକ ଶିକ୍ଷକ । ସାମିଲ ହେବେ ହଜାର ହଜାର ଶିକ୍ଷକ ।
କନକ ବ୍ୟୁରୋ: ରାଜଧାନୀରେ ନୁହେଁ ବ୍ଲକ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ ପ୍ରାଥମିକ ଶିକ୍ଷକ ସଂଘ । ରାଜଧାନୀରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଶେଷ ମୁହୂର୍ତ୍ତରେ ପୋଲିସ ତରଫରୁ ଆନ୍ଦୋଳନ ପାଇଁ ଅନୁମତି ମିଳିଲା ନାହିଁ। ପୋଲିସ ଦର୍ଶାଇଥିବା କାରଣ ଅନୁସାରେ, ଧାରଣ ସ୍ଥଳରେ ଜାଗା ନାହିଁ ଓ ଅନେକ ପ୍ରାଇମେରୀ ସ୍କୁଲରେ ପରୀକ୍ଷା ଥିବାରୁ ମିଳିନି ଅନୁମତି। କିନ୍ତୁ ପ୍ରାଥମିକ ଶିକ୍ଷକଙ୍କ କହିବା ଅନୁଯାୟୀ, ପ୍ରାଥମିକ ସ୍ତରରେ କୌଣସି ପରୀକ୍ଷା ନାହିଁ। ସାଧାରଣ ଦାବିପତ୍ର ଦେବାପାଇଁ ସରକାର ଅସାମ୍ବିଧାନିକ ଭାବରେ ଏହାକୁ ବନ୍ଦ କରି ଦେଇଥିବା ଅଭିଯୋଗ ଆଣିଛନ୍ତି । ତେଣୁ ଆଜି ଭୁବନେଶ୍ବରରେ ଆନ୍ଦୋଳନ କରିବ ନାହିଁ ସଂଘ। ବରଂ ରାଜ୍ୟର ସମସ୍ତ ବ୍ଲକ୍ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ ।