କେନ୍ଦ୍ର ଶକ୍ତି, ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ
ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ । ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ କରିଛନ୍ତି । ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା (RDSS)* ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି । ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ […] The post କେନ୍ଦ୍ର ଶକ୍ତି, ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ appeared first on KNews Odisha.

ଦିଲ୍ଲୀରେ କେନ୍ଦ୍ର ଶକ୍ତି, ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ । ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ କରିଛନ୍ତି । ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା (RDSS)* ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି ।
ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ ଏବଂ ବନ୍ୟାର ସମ୍ମୁଖୀନ ହେଉଥିବାରୁ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ (CDRI) ଉପକୂଳରୁ ଚୟନିତ ସ୍ଥାନରେ ଭୂତଳ କେବୁଲ ବିଶେଷ କରି ଉପକୂଳବର୍ତ୍ତୀ ୩୦ କିମି ସହିତ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ପ୍ରସ୍ତାବ ରହିଛି ।
ଏହାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ତୁରନ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି କେ ଭି ସିଂହଦେଓ । ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବାରୁ, *ଏନଏଲସି ତଲାବିରା ଦ୍ଵିତୀୟ ପର୍ଯ୍ୟାୟ ପ୍ରକଳ୍ପରୁ ଓଡ଼ିଶାକୁ ୮୦୦ ମେଗାୱାଟ ବିଦ୍ୟୁତ୍ ଆବଣ୍ଟନ* କରିବାକୁ ଅନୁରୋଧ କରିଛନ୍ତି ।
The post କେନ୍ଦ୍ର ଶକ୍ତି, ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ appeared first on KNews Odisha.