ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

ଅଭିଷେକ ବଚ୍ଚନ ଆଜିକାଲି ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ରକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି । ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ନୂଆ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଷେକ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ଏବଂ ଭିଡିଓରେ ଅଭିଷେକ ପାପରାଜିନ୍କ ଉପରେ ବହୁତ ରାଗିଯାଇଛନ୍ତି । ନିକଟରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର […] The post ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ appeared first on KNews Odisha.

ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ
abhisek

ଅଭିଷେକ ବଚ୍ଚନ ଆଜିକାଲି ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ରକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି । ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ନୂଆ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଷେକ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ଏବଂ ଭିଡିଓରେ ଅଭିଷେକ ପାପରାଜିନ୍କ ଉପରେ ବହୁତ ରାଗିଯାଇଛନ୍ତି । ନିକଟରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍‌ 5’ ର ସୁଟିଂ ଶେଷ କରିବା ପରେ ମୁମ୍ବାଇ ଫେରିଥିଲେ ।

ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ପାପାରାଜି ତାଙ୍କୁ ପାର୍କିଂ ଏରିୟାରେ ପିଛା କରିବା ଆରମ୍ଭ କରିଥିଲେ । ଏହା ଦେଖି ଅଭିଷେକ ଟିକେ ରାଗିଗଲେ ଏବଂ ପାପାରାଜିଙ୍କୁ ଦୂରରେ ରହିବାକୁ କହିଥିଲେ । ତା’ପରେ ପାପାରାଜି ଅଭିଷେକଙ୍କ ପାଖକୁ ଆସିବା ଆରମ୍ଭ କରିଥିବାବେଳେ ଅଭିଷେକ ରାଗିଗଲେ ଏବଂ ଅଧିକ ଫଟୋ ଉଠାଇବାକୁ ଏବଂ ତାଙ୍କର ଭିଡିଓ ରେକର୍ଡ କରିବାକୁ ମନା କରିଦେଇଥିଲେ । ନୂଆ ଭିଡିଓରେ ଅଭିଷେକ ବଚ୍ଚନ ପାପାରାଜିଙ୍କ ଆଗରେ ହାତ ଯୋଡିଥିବାର ନଜର ଆସିଛନ୍ତି ।

ଭିଡିଓ ଆରମ୍ଭରେ ଅଭିଷେକ ପାପାରାଜିଙ୍କୁ କିଛି କହୁ ନଥିଲେ କିନ୍ତୁ କ୍ୟାମେରାକୁ ନେଇ ଯେତେବେଳେ ଅଭିନେତାଙ୍କ ସାମ୍ନାକୁ ଆସୁଥିଲେ, ସେତେବେଳେ ଅଭିଷେକ ରାଗିଯାଉଥିଲେ । ସେ ହାତ ଯୋଡି ପାପାରାଜିଙ୍କୁ କହିଥିଲେ ‘ ବାସ୍‌ ଭାଇ, ଏବେ ହେଇଗଲା, ଧନ୍ୟବାଦ୍‌’ । ଅଭିଷେକଙ୍କ ଏହି ପ୍ରତିକ୍ରିୟାରେ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି । ଅନେକ ଜୁନିଅର ବଚ୍ଚନଙ୍କୁ ଟ୍ରୋଲ କରୁଥିବାବେଳେ କେହି କେହି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ଅଭିଷେକଙ୍କ ଏହି ଭିଡିଓକୁ ଦେଖି କିଛି ଲୋକ କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ‘ଅଭିଷେକଙ୍କ ସଂସ୍କାର ଠିକ ତାଙ୍କ ମା’ଙ୍କ ପରି ।

ଅନ୍ୟଜଣେ କହିଛନ୍ତି ଯେ, ‘ଭାଇ, ଆପଣ ନିଜକୁ ତଳକୁ ଖସାଉଛନ୍ତି’ । ଭିଡିଓରେ କମେଣ୍ଟ ଦେଇ ଅନେକ ୟୁଜର୍ସ ଅଭିଷେକଙ୍କୁ ଟାର୍ଗେଟ କରି ତାଙ୍କ ବ୍ୟବହାରକୁ ସମାଲୋଚନା କରିଛନ୍ତି । ଗତ କିଛି ଦିନ ହେବ ବଚ୍ଚନ ପରିବାର ବହୁ ଚର୍ଚ୍ଚାରେ ଅଛନ୍ତି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଏହି ଗୁଜବ ଏବେ ଜୋର ଧରିଛି । ଏହା ପରେ ଅଧିକାଂଶ ସମୟରେ ଐଶ୍ୱର୍ଯ୍ୟ ରାୟ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ବଚ୍ଚନ ପରିବାର ଠାରୁ ଅଲଗା ହୋଇ ନଜର ଆସିଛନ୍ତି ।

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ଅଭିଷେକ ବଚ୍ଚନ ଶେଷ ଥର ‘ଘୁମର’ ରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ସହ ସେୟାମି ଖେର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ତାଙ୍କୁ ‘ହାଉସଫୁଲ 5’ ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ପାଇଁ ଅଭିନେତା ବର୍ତ୍ତମାନ ସୁଟିଂ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ସେ ଶାହାରୁଖ ଖାନାଙ୍କ ଅଭିନୀତ ‘କିଙ୍ଗ’ରେ ନଜର ଆସିବେ ଏବଂ ଅଭିଷେକ ସୁଜିତ ସରକାରଙ୍କ ଏକ ନୂଆ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ।

The post ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ appeared first on KNews Odisha.