ଜୀବନ ଖୋଜୁଛି ଓଡ଼ିଶାର ଯମୁନା; ପାଣିର ସ୍ଥାନରେ କୁଢକୁଢ ଅଳିଆ ଆବର୍ଜନା
କନକ ବ୍ୟୁରୋ : ଜିରା ନଦୀ...ବରଗଡ଼ର ସାହିତ୍ୟ, ସଂସ୍କୃତି, ପରମ୍ପରା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ବଛଳତା ସହ ଜଡ଼ିତ । ସ୍ଥାନୀୟ ଲୋକ ସାହିତ୍ୟ କୁହେ ଜିରା କେବଳ ନଦୀ ନୁହେଁ ବରଗଡ଼ ପାଇଁ ହୀରା । ସମୟର ପରିବର୍ତ୍ତନ ସୁଅରେ ବେରୂପ ହୋଇଯାଇଛି ଜିରାର ରୂପ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ବେଳେ ଯମୁନା ଭୂମିକା ନିର୍ବାହ କରୁଥିବା ନଦୀରେ ପଡ଼ିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ନଦୀ ଗୋଳିଆ ହେବା ସହ ବିଷ ପାଲଟି ଗଲାଣି ପାଣି । ତଥାପି ଏଥିପ୍ରତି ସରକାର କି ଜିଲ୍ଲା ପ୍ରଶାସନ କେହି ନଜର ଦେଉନଥିବା ଅଭିଯୋଗ ହୋଇଛି । ନଦୀ ଯଦି କଥା କହିପାରୁଥାନ୍ତା ତେବେ ସେ ନିଶ୍ଚୟ ପ୍ରଶ୍ନ କରିଥାନ୍ତା । ତା'ର ଏ ଅବସ୍ଥା ପାଇଁ ପ୍ରଶାସନିକ କଳ ଓ ଏ ମଣିଷମାନଙ୍କୁ ଦାୟି କରିଥାନ୍ତା । ବରଗଡ଼ ଧନୁଯାତ୍ରା ସମୟରେ ଜିରାନଦୀ ସଂପର୍କରେ ସମସ୍ତେ ଜାଣନ୍ତି। ଯମୁନା ପାଲଟିଯାଉଥିବା ଜିରା ନଦୀକୁ ପୂଜା କରାଯାଏ। ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ ଚିନ୍ତା ବଢ଼ିଯାଉଛି। ବରଗଡ଼ ସହରରୁ ବାହାରୁଥିବା କୁଢ଼କୁଢ଼ ଅଳିଆ ଆବର୍ଜନା ନଦୀରେ ମିଶିବାରୁ ଜିରା ପାଣି ଜହର ପାଲଟିଯାଇଛି। ଏହା ଏବେ ବ୍ୟବହାର ଅନୁପଯୋଗୀ ବୋଲି ବରଗଡ଼ ପୌରପରିଷଦକୁ ଚିଠି ଲେଖି ଜଣାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଜିରା ପାଣିକୁ ବ୍ୟବହାର କଲେ ଚର୍ମରୋଗ ସହ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଜିର

କନକ ବ୍ୟୁରୋ : ଜିରା ନଦୀ...ବରଗଡ଼ର ସାହିତ୍ୟ, ସଂସ୍କୃତି, ପରମ୍ପରା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ବଛଳତା ସହ ଜଡ଼ିତ । ସ୍ଥାନୀୟ ଲୋକ ସାହିତ୍ୟ କୁହେ ଜିରା କେବଳ ନଦୀ ନୁହେଁ ବରଗଡ଼ ପାଇଁ ହୀରା । ସମୟର ପରିବର୍ତ୍ତନ ସୁଅରେ ବେରୂପ ହୋଇଯାଇଛି ଜିରାର ରୂପ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ବେଳେ ଯମୁନା ଭୂମିକା ନିର୍ବାହ କରୁଥିବା ନଦୀରେ ପଡ଼ିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ନଦୀ ଗୋଳିଆ ହେବା ସହ ବିଷ ପାଲଟି ଗଲାଣି ପାଣି । ତଥାପି ଏଥିପ୍ରତି ସରକାର କି ଜିଲ୍ଲା ପ୍ରଶାସନ କେହି ନଜର ଦେଉନଥିବା ଅଭିଯୋଗ ହୋଇଛି ।
ନଦୀ ଯଦି କଥା କହିପାରୁଥାନ୍ତା ତେବେ ସେ ନିଶ୍ଚୟ ପ୍ରଶ୍ନ କରିଥାନ୍ତା । ତା'ର ଏ ଅବସ୍ଥା ପାଇଁ ପ୍ରଶାସନିକ କଳ ଓ ଏ ମଣିଷମାନଙ୍କୁ ଦାୟି କରିଥାନ୍ତା । ବରଗଡ଼ ଧନୁଯାତ୍ରା ସମୟରେ ଜିରାନଦୀ ସଂପର୍କରେ ସମସ୍ତେ ଜାଣନ୍ତି। ଯମୁନା ପାଲଟିଯାଉଥିବା ଜିରା ନଦୀକୁ ପୂଜା କରାଯାଏ। ହେଲେ ବର୍ତ୍ତମାନର ସ୍ଥିତି ଦେଖିଲେ ଚିନ୍ତା ବଢ଼ିଯାଉଛି। ବରଗଡ଼ ସହରରୁ ବାହାରୁଥିବା କୁଢ଼କୁଢ଼ ଅଳିଆ ଆବର୍ଜନା ନଦୀରେ ମିଶିବାରୁ ଜିରା ପାଣି ଜହର ପାଲଟିଯାଇଛି। ଏହା ଏବେ ବ୍ୟବହାର ଅନୁପଯୋଗୀ ବୋଲି ବରଗଡ଼ ପୌରପରିଷଦକୁ ଚିଠି ଲେଖି ଜଣାଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ଜିରା ପାଣିକୁ ବ୍ୟବହାର କଲେ ଚର୍ମରୋଗ ସହ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେଉଁ ଜିରାର ପାଣି ଜହର ପାଲଟିଛି ତାକୁ ଯମୁନା ଭଳି ସ୍ୱଚ୍ଛ କରିବା ପାଇଁ ଯୋଜନା କରିବ କି ସ୍ଥାନୀୟ ପ୍ରଶାସନ ?