ଜୀବନ ବଞ୍ଚାଇ ଭାରତ ଚାଲି ଆସିଲେ ଶେଖ ହସିନା, ପୂର୍ବରୁ ବି ନେଇ ସାରିଛନ୍ତି ଶରଣ
ନୂଆଦିଲ୍ଲୀ: ହିଂସାରେ ଜଳୁଛି ବାଂଲାଦେଶ। ସ୍ଥିତି ଅଣାୟତ୍ତ। ସମଗ୍ର ଦେଶରେ ପ୍ରତିଟି ସହରରେ ଲୋକଙ୍କ ଦ୍ଵାରା ଶେଖ ହସିନା ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀ ସରକାରୀ ସଂପତ୍ତି ଭଙ୍ଗାରୁଜା କରିବା ସହ ଜଳାପୋଡ଼ା କରିଛନ୍ତି। ପରିସ୍ଥିତି ଏତେ ସଙ୍ଗୀନ ଯେ, ୨୦୦୯ରୁ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଶେଖ ସହିନା ଇସ୍ତଫା ଦେଇ ଭାରତ ଚାଲି ଆସିଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଭାରତ ଆସିଥିବା କୁହାଯାଉଛି। ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ ଓ୍ଵକାର ଉଜ ଜମାନୀ। ଏହା ପୂର୍ବରୁ ବାଂଲାଦେଶରେ ହଜାର ସଂଖ୍ୟକ ପ୍ରଦର୍ଶନକାରୀ ଛାତ୍ର-ଛାତ୍ରୀ ଦେଶବ୍ୟାପୀ କର୍ଫ୍ୟୁକୁ ଭ୍ରୁକ୍ଷେପ ନ କରି ପ୍ରାୟ ସବୁ ସହରରେ ଆନ୍ଦୋଳନ ଚଳାଇଛନ୍ତି। ରବିବାର ଘଟିଥିବା ହିଂସାରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀ ଛାତ୍ର-ଛାତ୍ରୀ ଢାକାର ଶାହବାଗ ଛକରେ ଏକତ୍ରିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବାସଭବନକୁ ବି ଟାର୍ଗେଟ୍ କରିବା ସହ ବଳପୂର୍ବକ ଭିତରେ ପଶିଛନ୍ତି। ପ୍ରଦର୍ଶନକାରୀ ଲଗାତାର ଆବାମୀ ଲିଗ୍ର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ନିଶାଣ କରିଛନ୍ତି। ଏସବୁ ଭିତରେ ଶେଖ ସହିନା ବାଂଲାଦେଶରୁ ପଳାୟନ କରି ଭାରତ ପହଞ୍ଚି ଯାଇଛନ୍ତି।ପ୍ରଥମ ଥର ସେ ଭାରତରେ ଶରଣ ନେଉ ନାହାନ୍ତି। ଏହା ପୂର୍ବରୁ ଭାରତରେ ଶରଣ ନେଇ ୬ ବର୍
ନୂଆଦିଲ୍ଲୀ: ହିଂସାରେ ଜଳୁଛି ବାଂଲାଦେଶ। ସ୍ଥିତି ଅଣାୟତ୍ତ। ସମଗ୍ର ଦେଶରେ ପ୍ରତିଟି ସହରରେ ଲୋକଙ୍କ ଦ୍ଵାରା ଶେଖ ହସିନା ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀ ସରକାରୀ ସଂପତ୍ତି ଭଙ୍ଗାରୁଜା କରିବା ସହ ଜଳାପୋଡ଼ା କରିଛନ୍ତି। ପରିସ୍ଥିତି ଏତେ ସଙ୍ଗୀନ ଯେ, ୨୦୦୯ରୁ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଶେଖ ସହିନା ଇସ୍ତଫା ଦେଇ ଭାରତ ଚାଲି ଆସିଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଭାରତ ଆସିଥିବା କୁହାଯାଉଛି। ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ ଓ୍ଵକାର ଉଜ ଜମାନୀ।
ଏହା ପୂର୍ବରୁ ବାଂଲାଦେଶରେ ହଜାର ସଂଖ୍ୟକ ପ୍ରଦର୍ଶନକାରୀ ଛାତ୍ର-ଛାତ୍ରୀ ଦେଶବ୍ୟାପୀ କର୍ଫ୍ୟୁକୁ ଭ୍ରୁକ୍ଷେପ ନ କରି ପ୍ରାୟ ସବୁ ସହରରେ ଆନ୍ଦୋଳନ ଚଳାଇଛନ୍ତି। ରବିବାର ଘଟିଥିବା ହିଂସାରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀ ଛାତ୍ର-ଛାତ୍ରୀ ଢାକାର ଶାହବାଗ ଛକରେ ଏକତ୍ରିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବାସଭବନକୁ ବି ଟାର୍ଗେଟ୍ କରିବା ସହ ବଳପୂର୍ବକ ଭିତରେ ପଶିଛନ୍ତି। ପ୍ରଦର୍ଶନକାରୀ ଲଗାତାର ଆବାମୀ ଲିଗ୍ର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ନିଶାଣ କରିଛନ୍ତି। ଏସବୁ ଭିତରେ ଶେଖ ସହିନା ବାଂଲାଦେଶରୁ ପଳାୟନ କରି ଭାରତ ପହଞ୍ଚି ଯାଇଛନ୍ତି।
ପ୍ରଥମ ଥର ସେ ଭାରତରେ ଶରଣ ନେଉ ନାହାନ୍ତି। ଏହା ପୂର୍ବରୁ ଭାରତରେ ଶରଣ ନେଇ ୬ ବର୍ଷ ରହି ସାରିଛନ୍ତି। ବାଂଲାଦେଶ ସ୍ଵାଧୀନ ହେବା ପରେ ଶେଖ ସହିନାଙ୍କ ପିତା ଶେଖ ମୁଜିବରେହମାନ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ସେହି ସମୟରେ ପାକିସ୍ତାନ ସମର୍ଥିତ ସେନାର କିଛି ଗୋଷ୍ଠୀ ଏହା ପସନ୍ଦ କରି ନ ଥିଲେ। ୧୯୭୫ରେ ଉକ୍ତ ସେନା ଗୋଷ୍ଠୀ ବିଦ୍ରୋହ କରି ଶେଖ ମୁଜିବ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ହତ୍ୟା କରିଥିଲେ। ପରିବାରର ସଦସ୍ୟ ସହ ବାଂଲାଦେଶରେ ଥିବା ମୁଜିବଙ୍କ ପ୍ରତ୍ୟେକ ଘନିଷ୍ଠ ସହଯୋଗୀଙ୍କ ହତ୍ୟା କରାଗଲା।
ଶେଖ ହସିନା ସେହି ସମୟରେ ସ୍ଵାମୀଙ୍କ ସହ ଜର୍ମାନୀରେ ଥିଲେ। ତେଣୁ ତାଙ୍କର ଓ ତାଙ୍କ ଭଉଣୀଙ୍କ ଜୀବନ ବଞ୍ଚି ଯାଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଖ ସହିନାଙ୍କୁ ଭାରତରେ ଶରଣ ଦେଇଥିଲେ। ୧୯୭୫ରୁ ୧୯୮୧ ପର୍ଯ୍ୟନ୍ତ ସେ ରାଜଧାନୀ ଦିଲ୍ଲୀରେ ବିଦେଶୀ ଅତିଥି ଭାବେ ରହିଥିଲେ। ବାଂଲାଦେଶର ସ୍ଥିତି ସ୍ଵାଭାବିକ ହେବା ପରେ ସେ ନିଜ ଦେଶକୁ ଫେରି ଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ।ତେବେ ଦେଶର ସ୍ଥିତି ଅଣାୟତ୍ତ ହେବାରୁ ଭାରତରେ ତାଙ୍କୁ ପୁଣି ଶରଣ ନେବାକୁ ପଡୁଛି।