‘ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡ଼ିଦିଅ’: ୨୨ ଗାଁକୁ ଇସ୍ରାଏଲର ଚରମ ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନର ୨୨ଟି ଗାଁର ବାସିନ୍ଦାଙ୍କୁ ଆୱାଲି ନଦୀର ଉତ୍ତରରେ ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସେନା। ଆୱାଲି ନଦୀ ପଶ୍ଚିମ ବେକା ଉପତ୍ୟାକାରୁ ଭୂମଧ୍ୟସାଗରକୁ ପ୍ରବାହିତ ହୋଇଛି। ଇସ୍ରାଏଲର ଏକ ସାମରିକ ବିବୃତ୍ତିରେ ଦକ୍ଷିଣ ଲେବାନନର ଗ୍ରାମଗୁଡିକ ନାମିତ ହୋଇଛି ଯାହାକି ଇସ୍ରାଏଲର ଟାର୍ଗେଟ୍‌ ହୋଇଆସୁଛି। ହେଜବୁଲାର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ସ୍ଥାନାନ୍ତର ଜରୁରୀ ବୋଲି ଇସ୍ରାଏଲ ସେନା କହିଛି। ଏହା ସହିତ ଇସ୍ରାଏଲ୍ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଏୟାର ଷ୍ଟ୍ରାଇକ୍ କରିଛି।ଇସ୍ରାଏଲ୍ ସେନା ଦାବି କରିଛି ଯେ ଆତଙ୍କବାଦୀ ଗୋଷ୍ଠୀ ଏହି ସ୍ଥାନଗୁଡିକୁ ଅସ୍ତ୍ର ଲୁଚାଇବା ଏବଂ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରୁଛି। ତେବେ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଆସୁଛି। ଏକ ବର୍ଷ ପୂର୍ବେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ଇରାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଉତ୍ତର ଇସ୍ରାଏଲରେ ହମଲା ଆରମ୍ଭ କରିଥିଲେ।ଗତ ମାସରେ ଏଭଳି ଘଟଣା ବୃଦ୍ଧି ପାଇଛି। ଲେବାନନ୍ ସରକାରଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୩ରୁ ଦକ୍ଷିଣ ଲେବାନନ୍, ବେକା ଉପତ୍ୟାକା ଏବଂ ବେରୁଟ୍‌ର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ ଆକ୍ରମଣ କରିବାରୁ ପ୍ରାୟ 1.2 ନିୟୁତ ଲୋକଙ୍କୁ ନିଜ ଘରୁ ଚାଲିଯିବା ପାଇଁ ବାଧ୍ୟ ହୋଇଛି। ଜାତିସ

‘ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡ଼ିଦିଅ’: ୨୨ ଗାଁକୁ ଇସ୍ରାଏଲର ଚରମ ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନର ୨୨ଟି ଗାଁର ବାସିନ୍ଦାଙ୍କୁ ଆୱାଲି ନଦୀର ଉତ୍ତରରେ ସ୍ଥାନାନ୍ତର ହେବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ ସେନା। ଆୱାଲି ନଦୀ ପଶ୍ଚିମ ବେକା ଉପତ୍ୟାକାରୁ ଭୂମଧ୍ୟସାଗରକୁ ପ୍ରବାହିତ ହୋଇଛି। ଇସ୍ରାଏଲର ଏକ ସାମରିକ ବିବୃତ୍ତିରେ ଦକ୍ଷିଣ ଲେବାନନର ଗ୍ରାମଗୁଡିକ ନାମିତ ହୋଇଛି ଯାହାକି ଇସ୍ରାଏଲର ଟାର୍ଗେଟ୍‌ ହୋଇଆସୁଛି। 

ହେଜବୁଲାର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ସ୍ଥାନାନ୍ତର ଜରୁରୀ ବୋଲି ଇସ୍ରାଏଲ ସେନା କହିଛି। ଏହା ସହିତ ଇସ୍ରାଏଲ୍ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହି ଅଞ୍ଚଳରେ ୩ଟି ଏୟାର ଷ୍ଟ୍ରାଇକ୍ କରିଛି।

ଇସ୍ରାଏଲ୍ ସେନା ଦାବି କରିଛି ଯେ ଆତଙ୍କବାଦୀ ଗୋଷ୍ଠୀ ଏହି ସ୍ଥାନଗୁଡିକୁ ଅସ୍ତ୍ର ଲୁଚାଇବା ଏବଂ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରୁଛି। ତେବେ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଆସୁଛି। ଏକ ବର୍ଷ ପୂର୍ବେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ଇରାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଉତ୍ତର ଇସ୍ରାଏଲରେ ହମଲା ଆରମ୍ଭ କରିଥିଲେ।

ଗତ ମାସରେ ଏଭଳି ଘଟଣା ବୃଦ୍ଧି ପାଇଛି। ଲେବାନନ୍ ସରକାରଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୩ରୁ ଦକ୍ଷିଣ ଲେବାନନ୍, ବେକା ଉପତ୍ୟାକା ଏବଂ ବେରୁଟ୍‌ର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ ଆକ୍ରମଣ କରିବାରୁ ପ୍ରାୟ 1.2 ନିୟୁତ ଲୋକଙ୍କୁ ନିଜ ଘରୁ ଚାଲିଯିବା ପାଇଁ ବାଧ୍ୟ ହୋଇଛି। ଜାତିସଂଘର କହିଛି ଯେ ୨୦୦୬ରେ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ହୋଇଥିବା ଯୁଦ୍ଧରେ ଲେବାନୀୟ ବିସ୍ଥାପିତ ହୋଇଥିଲେ। ତା’ପରେ ପ୍ରାୟ ୧୦ ଲକ୍ଷ ଲୋକ ଘରୁ ପଳାଇ ଯାଇଥିଲେ।