ଜୀବନ ବଞ୍ଚାଇଲା BSKY କାର୍ଡ
ବଲାଙ୍ଗୀର: ଜୀବନ ବଞ୍ଚାଇଲା ବିଏସ୍ କେ ୱାଇ କାର୍ଡ। ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ଏବେ ଏହି... The post ଜୀବନ ବଞ୍ଚାଇଲା BSKY କାର୍ଡ appeared first on .
ବଲାଙ୍ଗୀର: ଜୀବନ ବଞ୍ଚାଇଲା ବିଏସ୍ କେ ୱାଇ କାର୍ଡ। ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ଏବେ ଏହି କାର୍ଡ । ଓଡ଼ିଶାର ଦୂରଦୂରାନ୍ତରୁ ଗରିବ ଲୋକ ଉଭୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ସୁପରସ୍ପେସାଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ପାଇ ବହୁ ଜଟିଳ ରୋଗରୁ ଭଲ ହେଉଛନ୍ତି । ବିଏସ୍ କେ ୱାଇ କାର୍ଡରେ ଓଡ଼ିଶା ବାହାରେ ଚିକିତ୍ସିତ ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲା ପୌରାଞ୍ଚଳ ୭ ନମ୍ବର ଓ୍ବାର୍ଡର ପ୍ରଭାତ କୁମାର ରାଉତ। ପାକସ୍ଥଳୀ ଏବଂ ଛାତିରେ ପାଣି ଜମିବା, ଅଣନିଶ୍ଵାସୀ ହେବା ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇପଡିଥିଲେ ସେ। ବି ଏସ୍ କେ ୱାଇ କାର୍ଡ ବଳରେ ବିଶାଖାପାଟଣା ମେଡିକଭର ହସ୍ପିଟାଲରେ ହେଲା ଅତ୍ୟାଧୁନିକ ଚିକିତ୍ସା। ଫେବୃଆରୀ ୮ରେ ବି ଏସ୍ କେ ୱାଇ କାର୍ଡ ବଳରେ ତାଙ୍କୁ ଆଡମିସନ ମିଳିଲା। ପରୀକ୍ଷା ନିରୀକ୍ଷାରୁ ତାଙ୍କର ଲିଭର ସିରୋସିସ ହୋଇଥିବା ଜଣାପଡ଼ିଲା। ଅତ୍ୟାଧୁନିକ ପଦ୍ଧତିରେ ତାଙ୍କର ଅପରେସନ ହୋଇଥିଲା। ଫେବୃଆରୀ ୨୯ ତାରିଖ ଦିନ ସେ ହସ୍ପିଟାଲରୁ ଡିସ ଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶିବଶଙ୍କର ଦଳେଇ କହିଛନ୍ତି, ‘’ ବି ଏସ୍ କେ ୱାଇ କାର୍ଡ ବ୍ୟବସ୍ଥା ପାଇଁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଏହି କାର୍ଡ ପାଇଁ ଓଡ଼ିଶାର ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ବଡବଡ ହସ୍ପିଟାଲ ଆସି ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇପାରୁଛନ୍ତି’’ ।
The post ଜୀବନ ବଞ୍ଚାଇଲା BSKY କାର୍ଡ appeared first on .