ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ । କିନ୍ତୁ ଅନେକ ଥର ଦେଖାଯାଏ ଯେ ରିଲ୍ ବନାଇବା ନିଶାରେ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତି ହିଁ ଏକ ତାଜା ମାମଲା ମେକ୍ସିକୋରୁ ଆସିଛି । ଯାହାକୁ ଦେଖିବା ପରେ ଲୋକଙ୍କ ଲୋମ ଟାଙ୍କୁରୀ ଉଠୁଛି । ଭିଡିଓରେ ଦେଖାଯାଉଛି ଯେ ଭିଡିଓ ଏବଂ ସେଲଫି […] The post ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ appeared first on KNews Odisha.

ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ
viral

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ । କିନ୍ତୁ ଅନେକ ଥର ଦେଖାଯାଏ ଯେ ରିଲ୍ ବନାଇବା ନିଶାରେ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏମିତି ହିଁ ଏକ ତାଜା ମାମଲା ମେକ୍ସିକୋରୁ ଆସିଛି । ଯାହାକୁ ଦେଖିବା ପରେ ଲୋକଙ୍କ ଲୋମ ଟାଙ୍କୁରୀ ଉଠୁଛି ।

ଭିଡିଓରେ ଦେଖାଯାଉଛି ଯେ ଭିଡିଓ ଏବଂ ସେଲଫି ନେଇ ରେଳ ଟ୍ରାକ୍ ନିକଟରେ ବହୁ ସଂଖ୍ୟକ ଲୋକ ଏଠାରେ ଠିଆ ହୋଇଛନ୍ତି । ଟ୍ରାକର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ଲୋକମାନେ ଟ୍ରେନକୁ ଅପେକ୍ଷା କରିଛନ୍ତି ଏବଂ ଫୋନ୍ ବାହାର କରି ଭିଡିଓ କରୁଛନ୍ତି ।

ଏହି ସମୟରେ ଜଣେ ମହିଳା ନିଜ ପିଲା ସହିତ ଟ୍ରାକ ନିକଟରେ ପହଞ୍ଚିଥିଲେ । ଆପଣ ଭିଡିଓରେ ଦେଖିଥିବେ, ଆଖିରେ କଳା ଚଷମା ପିନ୍ଧିଥିବା ଜଣେ ମହିଳା ଟ୍ରାକ୍ ନିକଟକୁ ଯାଇଥିଲେ । ସେ ରିଲ୍ ଏବଂ ଭିଡିଓ ତିଆରି କରିବା ନିଶାରେ ଏତେ ମସଗୁଲ ହୋଇଯାଇଥିଲେ ଯେ କେତେବଳେ ଯେ ଟ୍ରାକ ପାଖକୁ ପଳାଇଲେ ଜାଣି ପାରିଲେନି ।

ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ତାଙ୍କ ମୁଣ୍ଡରେ ଜୋରରେ ମାଡ ହେଇଥିଲା । ଯାହାପରେ ସେ ତଳେ ପଡ଼ିଯାଇଥିଲେ । ସେଠାରେ ଛିଡା ହୋଇଥିବା ଅନ୍ୟ ଲୋକମାନେ ମହିଳାଙ୍କୁ ଉଠାଇବାକୁ ଦୌଡ଼ିଲେ, କିନ୍ତୁ ମହିଳା ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିସାରିଥିଲେ । ମୃତ୍ୟୁର ଏହି ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓକୁ ଦେଖି ଲୋକମାନେ ନିଜର ପ୍ରତିକ୍ରୀୟା ଦେବାରେ ଲାଗିଛନ୍ତି ।

ସତରେ ଏ ରିଲ୍‌ ଆଉ ସେଲଫି ନିଶା ପାଇଁ କେତେ ଯେ ଜୀବନ ଗଲାଣି ତାର ହିସାବ ନାହିଁ । ତଥାପି ଲୋକମାନେ ସୁଧୁରି ନାହାଁନ୍ତି । ପ୍ରତ୍ୟେକ ଦିନ ଏହି କାରଣରୁ ଜୀବନ ଯାଉଛି ହେଲେ ଚେତୁ ନାହାଁନ୍ତି ଲୋକେ । ରିଲ ଆଉ ସେଲଫି ନିଶା ଏତେ ପାଗଳ କରିଦେଇଛି ଯେ ଲୋକମାନେ ଜାଣିପାରୁନାହାଁନ୍ତି ସେ କଣ ଭୁଲ କରୁଛନ୍ତି କଣ ଠିକ୍‌ କରୁଛନ୍ତି । ତେଣୁ ଆପଣ ଏଥିପ୍ରତି ବେଶ୍‌ ସତର୍କ ରୁହନ୍ତୁ । ଜୀବନ ବହୁତ ମୂଲ୍ୟବାନ୍‌ । ସାମାନ୍ୟ ଟିକକ ଖୁସି ପାଇଁ ଜୀବନକୁ ଏମିତି ବାଜି ଲଗାନ୍ତୁନାହିଁ ।

The post ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ appeared first on KNews Odisha.