ଜୀବନର ପ୍ରଥମ ଉଇକେଟ୍ ନେଲେ ଆକାଶଦୀପ, କିନ୍ତୁ ଭାଗ୍ୟ ଦେଲାନି ସାଥ୍
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି। ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଆକାଶ ଦୀପ ଦଳରେ ସ୍ଥାନ ମିଳିଛି। ପ୍ରଥମେ ବ୍ୟାଟିଂ ୧୦ ଓଭର ପରେ ଇଂଲଣ୍ଡ ୨ ଉଇକେଟ ହରାଇ ୪୭ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍ରେ ଡେବ୍ୟୁଟାଣ୍ଟ ଆକାଶଦୀପ […] The post ଜୀବନର ପ୍ରଥମ ଉଇକେଟ୍ ନେଲେ ଆକାଶଦୀପ, କିନ୍ତୁ ଭାଗ୍ୟ ଦେଲାନି ସାଥ୍ appeared first on Dharitri Odia News.
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି। ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଆକାଶ ଦୀପ ଦଳରେ ସ୍ଥାନ ମିଳିଛି। ପ୍ରଥମେ ବ୍ୟାଟିଂ ୧୦ ଓଭର ପରେ ଇଂଲଣ୍ଡ ୨ ଉଇକେଟ ହରାଇ ୪୭ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍ରେ ଡେବ୍ୟୁଟାଣ୍ଟ ଆକାଶଦୀପ ତାଙ୍କ ଚମକିଛନ୍ତି। ସେ ଇଂଲଣ୍ଡର ୨ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନ ପଠାଇଛନ୍ତି। କିନ୍ତୁ ଏହାପୂର୍ବରୁ ଦ୍ୱିତୀୟ ଓଭରରେ ଏବଂ ଚତୁର୍ଥ ଓଭରରେ ଉଇକେଟ ପାଇ ପାରିଥାନ୍ତେ, କିନ୍ତୁ ଭାଗ୍ୟ ସାଥ୍ ଦେଇ ନଥିଲା। ଆକାଶ ଏକ ଚମତ୍କାର ସ୍ବିଙ୍ଗ ସହିତ କାଉଲିଙ୍କୁ ବୋଲ୍ଡ କରିଥିଲେ। ତେବେ ଅମ୍ପାୟାର ତାଙ୍କୁ ନୋ ବଲ୍ ଦେଇଥିଲେ। ଏହା ଦ୍ୱାରା ଆକାଶ ବହୁତ ନିରାଶ ହୋଇଥିଲେ। କିନ୍ତୁ ଏହାପରେ ସେ ଇଂଲଣ୍ଡର ୨ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରି ଏହାର ବଦ୍ଲା ନେଇଥିଲେ।
The post ଜୀବନର ପ୍ରଥମ ଉଇକେଟ୍ ନେଲେ ଆକାଶଦୀପ, କିନ୍ତୁ ଭାଗ୍ୟ ଦେଲାନି ସାଥ୍ appeared first on Dharitri Odia News.