ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍‌ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ ଦେଖି ଖୋଦ୍‌ ବୈଜ୍ଞାନିକଙ୍କ ହୋସ୍‌ ଉଡି ଯାଇଛି। କର୍ନାଟକ ଓ କେରଳର ପର୍ବତ ଘାଟିରେ ବୈଜ୍ଞାନିକଙ୍କୁ ଏକ ପ୍ରଜାତିର ବେଙ୍ଗ ମିଳିଛି ଯେଉଁଥିରେ ଆପେ ଆପେ ଫଙ୍ଗସ ବଢୁଥିବାର ନଜର ଆସିଛି। ପଶ୍ଚିମ ଘାଟରେ […] The post ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ appeared first on Dharitri Odia News.

ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍‌ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ ଦେଖି ଖୋଦ୍‌ ବୈଜ୍ଞାନିକଙ୍କ ହୋସ୍‌ ଉଡି ଯାଇଛି। କର୍ନାଟକ ଓ କେରଳର ପର୍ବତ ଘାଟିରେ ବୈଜ୍ଞାନିକଙ୍କୁ ଏକ ପ୍ରଜାତିର ବେଙ୍ଗ ମିଳିଛି ଯେଉଁଥିରେ ଆପେ ଆପେ ଫଙ୍ଗସ ବଢୁଥିବାର ନଜର ଆସିଛି।

The real-life Last of Us! Frog found with mushroom growing out of its skin baffles  scientists in India | Daily Mail Online

ପଶ୍ଚିମ ଘାଟରେ ଦେଖାଯାଉଥିବା ଏକ ବେଙ୍ଗର ପ୍ରଜାତିଙ୍କ ଶରୀରରେ ଛତୁ କଅଁଳୁଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। Reptiles and Amphibians ନାମକ ଜର୍ନାଲନୁସାରେ କୌଣସି ଜୀବନ୍ତ Amphibians ଅର୍ଥାତ୍‌ ଉଭୟଚର ପ୍ରାଣୀ ଉପରେ ଫଙ୍ଗସ୍‌ ବା ଛତୁ କଅଁଳୁଥିବା ଏହା ପ୍ରଥମ ଘଟଣା ଅଟେ। ଏହି Rao’s Intermediate Golden Backed ପ୍ରଜାତିର ବେଙ୍ଗ ଅଟେ। ଓ୍ବାଲର୍‌ଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡର ବୈଜ୍ଞାନିକମାନେ ପ୍ରଥମେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ପାଇଛନ୍ତି। ଏପରି ଘଟଣା ଦେଖିବା ପରେ ବୈଜ୍ଞାନିକମାନେ ଏହି ପ୍ରଜାତିର ୪୦ଟି ବେଙ୍ଗକୁ ନେଇ ଗବେଷଣା ଆରମ୍ଭ କରିଥିଲେ।

For the first time ever, a mushroom has grown out of a frog

ଅଧ୍ୟୟନରୁ ଜଣାପଡିଥିଲା କି, ଇକୋଲଜିକାଲ ପରିବର୍ତ୍ତନ ପାଇଁ ଏପରି ଘଟଣା ଦେଖିବାକୁ ମିଳୁଛି। ଏଥିସହ Amphibians ଓ ଫଙ୍ଗସଙ୍କ ସମ୍ପର୍କ ଉପରେ ନୂଆ ତଥ୍ୟ ଉନ୍ମୋଚନ ହୋଇଛି। ବେଙ୍ଗ ଉପରେ ନଜର ଆସିଥିବା ଛତୁ ବୋନେଟ ପ୍ରଜାତିର ଅଟେ। ଅନୁସନ୍ଧାନରୁ ଜଣାପଡିଛି କି, ବେଙ୍ଗ କୌଣସି ରୋଗରେ ପୀଡିତ ଥିବାରୁ ଏହା ଉପରେ ଛତୁ ବଢୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରଛନ୍ତି।

The post ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ appeared first on Dharitri Odia News.