ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର ନାଇକ ଙ୍କ ନେତୃତ୍ୱରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ। ଥାନା ଏସ.ଆଇ ଏନେଇ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ,ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଏବଂ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ […] The post ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.
ଦିଗପହଣ୍ଡି, ୧୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଭୀଷ୍ମଗିରି ଇଲାକାରେ ମଙ୍ଗଳବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଗ୍ରାମ ନିକଟ ଏକ ଆମ୍ବତୋଟାରେ ଗ୍ରାମର ରାଜା ମହାନ୍ତି, ଶରତ ବେହେରା ଏବଂ ସୁରେନ୍ଦ୍ର ନାଇକ ଙ୍କ ନେତୃତ୍ୱରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ।
ଥାନା ଏସ.ଆଇ ଏନେଇ ବ୍ରହ୍ମପୁର ଏସ.ପି ଡ଼. ସର୍ବଣା ବିବେକ ଏମ,ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଏବଂ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଘଟଣା ଜଣାଇଥିଲେ।ଜୁଆ ଆଡ୍ଡାରେ ଚଢାଉ ପାଇଁ ଅନୁମତି ମିଳିବା ପରେ ପୋଲିସ ଟିମ୍ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲେ।ସେଠାରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜୁଆ ଖେଳୁଥିଲେ। ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ରାଜା,ଶରତ ଓ ସୁରେନ୍ଦ୍ର ଙ୍କୁ ଧରି ଥିବା ବେଳେ ସେମାନେ ତାଙ୍କୁ ଧକ୍କା ମାରିବା ସହ ହାବିଲଦାର ଅଜୟ କୁମାର ଶତପଥିଙ୍କୁ ମାଡ଼ ମାରି ଦୌଡ଼ି ପଳାଇଥିଲେ।
ପୋଲିସ ଟିମ୍ ଚଢ଼ାଉ କରିଥିବା ଜାଣିବା ପରେ ଅନ୍ୟ ଜୁଆଡି ମାନେ ଅନ୍ଧାର ରାତି ର ସୁଯୋଗ ନେଇ ଖସି ପଳାଇଥିଲେ।ପୋଲିସ ସେଠାରୁ ୭ ଟି ବାଇକ,ତାସ ମୁଠା, ଜରିପାଲ ଜବତ କରିଥିଲେ। ଏନେଇ ଥାନା ଏସ.ଆଇ ଥାନାରେ ଏତଲା ଦେବାପରେ ଆଇଆଇସି ଥାନା ମାମଲା ନଂ.୧୧୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ମାନେ ଗ୍ରାମରୁ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଜଣାଇଛନ୍ତି।
The post ଜୁଆ ଆଡ୍ଡାରେ ଚଢାଉ ବେଳେ ଆକ୍ରମଣ, ମାମଲା ରୁଜୁ କଲା ପୋଲିସ appeared first on Dharitri Odia News.