ଜୁନ ୧୫ ଯାଏ ବିଦ୍ୟାଳୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର:ଦିନକୁ ଦିନ ଓଡିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାରେ ଲାଗିଛି।ନିଆଁ ଭଳି ତାତି।ଏଭଳି ପରିସ୍ଥିତିରେ କୋମଳମତି ଶିଶୁ ଓ କୈଶୋର ବୟସର ଶିକ୍ଷାର୍ଥୀ ମାନଙ୍କ ସାମାଜିକ ସ୍ୱାସ୍ଥ୍ୟ ଓ ନିରାପଦ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି। ଏହି ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି।କିନ୍ତୁ ଆଗକୁ ସାଧାରଣ ନିର୍ବାଚନ […] The post ଜୁନ ୧୫ ଯାଏ ବିଦ୍ୟାଳୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର appeared first on Odisha.News.

ଜୁନ ୧୫ ଯାଏ ବିଦ୍ୟାଳୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର:ଦିନକୁ ଦିନ ଓଡିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାରେ ଲାଗିଛି।ନିଆଁ ଭଳି ତାତି।ଏଭଳି ପରିସ୍ଥିତିରେ କୋମଳମତି ଶିଶୁ ଓ କୈଶୋର ବୟସର ଶିକ୍ଷାର୍ଥୀ ମାନଙ୍କ ସାମାଜିକ ସ୍ୱାସ୍ଥ୍ୟ ଓ ନିରାପଦ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି।
ଏହି ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି।କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହି ଯାବତୀୟ କାର୍ଯ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ରହିଛି।ଏ ସଂପର୍କରେ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅଧିକାରୀ ସଚ୍ଚିଦା ନନ୍ଦ ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଏଭଳି ସୂଚନା ପ୍ରଦାନ କରିଛନ୍ତି।

The post ଜୁନ ୧୫ ଯାଏ ବିଦ୍ୟାଳୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର appeared first on Odisha.News.