ଜୁନ ୨ରେ ସାନଖେମୁଣ୍ଡି ରତ୍ନେଇ ମନ୍ଦିର ପ୍ରତିଷ୍ଠାକୁ ବିରୋଧ, ଥାନାରେ ଧାରଣା ଦେଲେ ୨ ଗୋଷ୍ଠୀ

ଦିଗପହଣ୍ଡି ୩୦/୫:  ମନ୍ଦିର ପ୍ରତିଷ୍ଠା ତାରିଖକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ । ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ଗାଁରେ ନିର୍ମାଣ ହୋଇଥିବା  ରତ୍ନେଇ ମନ୍ଦିର ପ୍ରତିଷ୍ଠା ଜୁନ ୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଦିନକୁ ଗାଁର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । ଯାହାକୁ ନେଇ ଉତ୍ତେଜନା ବଢିଥିଲା । ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଉଭୟ ଗୋଷ୍ଠୀ ଥାନାରେ ପହଞ୍ଚି ଧାରଣାରେ ବସିଥିଲେ । ଗୋଟିଏ ଗୋଷ୍ଠୀ ଜୁନ ୨ ତାରିଖରେ ମନ୍ଦିର ପ୍ରତିଷ୍ଠା କରିବାକୁ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ଓ ସ୍ଥାନୀୟ ତଦସିଲଦାର ଲୋକଙ୍କୁ ବୁଝାସୁଝା କରିଥିଲେ ।  

ଜୁନ ୨ରେ ସାନଖେମୁଣ୍ଡି ରତ୍ନେଇ ମନ୍ଦିର ପ୍ରତିଷ୍ଠାକୁ ବିରୋଧ, ଥାନାରେ ଧାରଣା ଦେଲେ ୨ ଗୋଷ୍ଠୀ

ଦିଗପହଣ୍ଡି ୩୦/୫:  ମନ୍ଦିର ପ୍ରତିଷ୍ଠା ତାରିଖକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ । ଥାନାରେ ପହଞ୍ଚିଲା ମାମଲା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜିଉରା ଗାଁରେ ନିର୍ମାଣ ହୋଇଥିବା  ରତ୍ନେଇ ମନ୍ଦିର ପ୍ରତିଷ୍ଠା ଜୁନ ୨ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଦିନକୁ ଗାଁର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିଲେ । ଯାହାକୁ ନେଇ ଉତ୍ତେଜନା ବଢିଥିଲା । 

୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଉଭୟ ଗୋଷ୍ଠୀ ଥାନାରେ ପହଞ୍ଚି ଧାରଣାରେ ବସିଥିଲେ । ଗୋଟିଏ ଗୋଷ୍ଠୀ ଜୁନ ୨ ତାରିଖରେ ମନ୍ଦିର ପ୍ରତିଷ୍ଠା କରିବାକୁ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ଓ ସ୍ଥାନୀୟ ତଦସିଲଦାର ଲୋକଙ୍କୁ ବୁଝାସୁଝା କରିଥିଲେ ।