ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା, ନିଯୁକ୍ତି ଉପରେ ହାଇକୋର୍ଟ ଲଗାଇଲେ ଅଙ୍କୁଶ
କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲାରେ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲାଗିବ। ଆସନ୍ତା ୨୪ ତାରିଖ ଯାଏ ହୋଇପାରିବନି ନିଯୁକ୍ତି। ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଡକୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୪ ତାରିଖ ପରବର୍ତ୍ତୀ ଶୁଣାଣି ହେବ ବୋଲି ଉଚ୍ଚ ନ୍ୟାୟାଳୟ ଧାର୍ଯ୍ୟ କରିଛନ୍ତି। Also read- ଦାମୀ ଗାଡିରେ ଅପରାଧୀ ଲେଖୁଛନ୍ତି ପ୍ରେସ୍, ନିଜକୁ ସାମ୍ବାଦିକ କହି ଚଳାଉଛନ୍ତି ଆତଙ୍କରାଜ ଉଲ୍ଲେଖନୀୟ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଲୋୟର ପିଏମଜିରେ ଶହ ଶହ ଆଶାୟୀଙ୍କ ବିକ୍ଷୋଭ କରିଛନ୍ତି। ମେରିଟ ଲିଷ୍ଟ ପ୍ରକାଶ କରିବା ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି । ସେହିପରି ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପ୍ରକଳ୍ପ ନିର୍ଦେଶକ କହିଛନ୍ତି କୈଣସି ଅନିୟମିତତା ହୋଇନାହିଁ । ଖୁବ ଶୀଘ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅନ୍ୟପଟେ ଏହାକୁ ନେଇ ରାତନୈତିକ ବୟାନବାଜି ବି ଆରମ୍ଭ ହୋଇଛି । ପରୀକ୍ଷା ଫଳକୁ ନେଇ ତୀବ୍ର ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା l
କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲାରେ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲାଗିବ। ଆସନ୍ତା ୨୪ ତାରିଖ ଯାଏ ହୋଇପାରିବନି ନିଯୁକ୍ତି। ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଡକୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୪ ତାରିଖ ପରବର୍ତ୍ତୀ ଶୁଣାଣି ହେବ ବୋଲି ଉଚ୍ଚ ନ୍ୟାୟାଳୟ ଧାର୍ଯ୍ୟ କରିଛନ୍ତି।
Also read- ଦାମୀ ଗାଡିରେ ଅପରାଧୀ ଲେଖୁଛନ୍ତି ପ୍ରେସ୍, ନିଜକୁ ସାମ୍ବାଦିକ କହି ଚଳାଉଛନ୍ତି ଆତଙ୍କରାଜ
ଉଲ୍ଲେଖନୀୟ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଲୋୟର ପିଏମଜିରେ ଶହ ଶହ ଆଶାୟୀଙ୍କ ବିକ୍ଷୋଭ କରିଛନ୍ତି। ମେରିଟ ଲିଷ୍ଟ ପ୍ରକାଶ କରିବା ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି । ସେହିପରି ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପ୍ରକଳ୍ପ ନିର୍ଦେଶକ କହିଛନ୍ତି କୈଣସି ଅନିୟମିତତା ହୋଇନାହିଁ । ଖୁବ ଶୀଘ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅନ୍ୟପଟେ ଏହାକୁ ନେଇ ରାତନୈତିକ ବୟାନବାଜି ବି ଆରମ୍ଭ ହୋଇଛି ।
ପରୀକ୍ଷା ଫଳକୁ ନେଇ ତୀବ୍ର ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା l ସେ କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ । ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ୍ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ତେଣୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ । ଓସେପା ବାସ୍ତବରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥାଏ ।
ବିଭିନ୍ନ ବର୍ଗରେ ୨୦ ହଜାର ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିବା ବେଳେ ଡ୍ରାଫ୍ଟ ମେରିଟ୍ ଲିଷ୍ଟରେ ୧୮ ହଜାର ୭୮୮ଟି ପରିକ୍ଷାର୍ଥୀ ରହିଛନ୍ତି । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇ ଥାଏ। ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି । ଆଗାମୀ ଦନରେ କଟ ଅଫ ଲିଷ୍ଟ ପ୍ରକାଶ ପାଇବ । ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବ ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ । ସରକାରୀ ସଂକଳ୍ପ ଆଧାରରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ (automated) ପ୍ରକ୍ରିୟାରେ ଜୁନିୟର ଟିଚର୍ସ (ସ୍କିମେଟିକ୍) ନିଯୁକ୍ତି କରାଯାଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।
The post ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା, ନିଯୁକ୍ତି ଉପରେ ହାଇକୋର୍ଟ ଲଗାଇଲେ ଅଙ୍କୁଶ appeared first on Prameya News7.