ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟରଙ୍କ ନାମାଙ୍କନ ସୂଚୀ ଜାରି; ତାଲିକାରେ ଯଶପ୍ରୀତ୍, ଜୋ, ବ୍ରୁକ୍, ମେଣ୍ଡିସ୍
ନୂଆଦିଲ୍ଲୀ: ଚଳିତ ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟରଙ୍କ ନାମାଙ୍କନ ସୂଚୀ ଜାରି । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଖେଳାଳିଙ୍କ ସୂଚୀ ଜାରି କରିଛି । ଯେଉଁଥିରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ନାଁ ରହିଛି । ଇଂଲଣ୍ଡ ଅନୁଭବୀ ବ୍ୟାଟର ଜୋ ରୁଟ୍ ଏହି ତାଲିକାରେ ସାମିଲ୍ ରହିଛନ୍ତି । ଏହାଛଡ଼ା ଇଂଲିଶ୍ ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡସଙ୍କ ନାଁ ମଧ୍ୟ ରହିଛି । ଏହି ଚାରି ଖେଳାଳିଙ୍କ ନୋମିନେସନ ପରେ ଆଇସିସି ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଖେଳାଳିଙ୍କ ନାଁ ଜାରି କରିବ । ଗତ କିଛି ଦିନ ହେଲା ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ସିମ୍ ଏବଂ ସୁଇଂ ବୋଲିଂରେ ବିପକ୍ଷ ଟିମର ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ବସ୍ତ କରି ଦେଉଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ୪ଟି ମ୍ୟାଚରୁ ୩୦ ଓ୍ବିକେଟ୍ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କେବଳ ଏତିତି ନୁହେଁ ବଲ୍ ହିସାବରେ ଦ୍ରୁତତମ ୨୦୦ ଓ୍ବିକେଟ୍ ନେଇଛନ୍ତି । ଏହା ପର୍ବରୁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିରୋଧରେ ଚମତ୍କାର ବୋଲି କରିଥିଲେ । ତେଣୁ ବୁମରା ଆଇସିସି ପ୍ଲେୟାର ଅଫ୍ ଦି ଇୟର ପାଇଁ ବଡ଼ ଦାବିଦାର ବୋଲି କୁହାଯାଉଛି । ଯଶପ୍ରୀତ ବୁମରା ୨୦୨୪ ବର୍ଷରେ ୧୩ଟି ମ୍ୟାଚ୍ ଖେଳି ୧୪.୯୨ ହାରରେ ଏବଂ ୩୦.୧୬ ଷ୍ଟ୍ରାଇକ୍ ରେଟରେ ୭୧ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି
ନୂଆଦିଲ୍ଲୀ: ଚଳିତ ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ କ୍ରିକେଟରଙ୍କ ନାମାଙ୍କନ ସୂଚୀ ଜାରି । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଖେଳାଳିଙ୍କ ସୂଚୀ ଜାରି କରିଛି । ଯେଉଁଥିରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ନାଁ ରହିଛି । ଇଂଲଣ୍ଡ ଅନୁଭବୀ ବ୍ୟାଟର ଜୋ ରୁଟ୍ ଏହି ତାଲିକାରେ ସାମିଲ୍ ରହିଛନ୍ତି । ଏହାଛଡ଼ା ଇଂଲିଶ୍ ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡସଙ୍କ ନାଁ ମଧ୍ୟ ରହିଛି । ଏହି ଚାରି ଖେଳାଳିଙ୍କ ନୋମିନେସନ ପରେ ଆଇସିସି ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଖେଳାଳିଙ୍କ ନାଁ ଜାରି କରିବ ।
ଗତ କିଛି ଦିନ ହେଲା ଟେଷ୍ଟ କ୍ରିକେଟରେ ଯଶପ୍ରୀତ ବୁମାର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ସିମ୍ ଏବଂ ସୁଇଂ ବୋଲିଂରେ ବିପକ୍ଷ ଟିମର ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ବସ୍ତ କରି ଦେଉଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ୪ଟି ମ୍ୟାଚରୁ ୩୦ ଓ୍ବିକେଟ୍ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କେବଳ ଏତିତି ନୁହେଁ ବଲ୍ ହିସାବରେ ଦ୍ରୁତତମ ୨୦୦ ଓ୍ବିକେଟ୍ ନେଇଛନ୍ତି । ଏହା ପର୍ବରୁ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିରୋଧରେ ଚମତ୍କାର ବୋଲି କରିଥିଲେ । ତେଣୁ ବୁମରା ଆଇସିସି ପ୍ଲେୟାର ଅଫ୍ ଦି ଇୟର ପାଇଁ ବଡ଼ ଦାବିଦାର ବୋଲି କୁହାଯାଉଛି । ଯଶପ୍ରୀତ ବୁମରା ୨୦୨୪ ବର୍ଷରେ ୧୩ଟି ମ୍ୟାଚ୍ ଖେଳି ୧୪.୯୨ ହାରରେ ଏବଂ ୩୦.୧୬ ଷ୍ଟ୍ରାଇକ୍ ରେଟରେ ୭୧ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଯାହା ଜଣେ ପେସ୍ ବୋଲର ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ସେହିପରି ଇଂଲଣ୍ଡର ଟପ୍ ବ୍ୟାଟର ଜୋ ରୁଟ୍ ଚଳିତ ବର୍ଷ ପ୍ରଭାବଶାଳୀ ପ୍ରଦର୍ଶନ ଦେଖାଇଛନ୍ତି । ସେ ୧୭ଟି ଟେଷ୍ଟ ମ୍ୟାଚ୍ ଖେଳି ୫୫.୫୭ ହାରରେ ୧୫୫୬ ରନ ସଂଗ୍ରହ କରିଛନ୍ତି । ୩୪ ବର୍ଷୀୟ ରୁଟ୍ ନିଜ କ୍ୟାରିୟରରେ ପଞ୍ଚମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ହଜାରେରୁ ଅଧିକ ରନ୍ କରିବାରେ ସଫଳତା ପାଇଛନ୍ତି । ୨୦୨୪ରେ ସେ ୬ଟି ଶତକୀୟ ଇନିଂସ ଏବଂ ୫ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ହ୍ୟାରୀ ବ୍ରୁକ୍ ମଧ୍ୟ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୧୨ଟି ଟେଷ୍ଟ ମ୍ୟାଚରୁ ୫୫.୦୦ ହାରରେ ୧୧ଶହ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।
ସେହିପରି ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ଟପ୍ ଅର୍ଡର ବ୍ୟାଟର କାମିନ୍ଦୁ ମେଣ୍ଡସ ମଧ୍ୟ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ୯ଟି ଟେଷ୍ଟ ମ୍ୟାଚ୍ ଖେଳି ୭୪.୯୨ ହାରରେ ୧୦୪୯ ରନ ସଂଗ୍ରହ କରିଛନ୍ତି । ମେଣ୍ଡିସ୍ ଦ୍ରୁତତମ ଏକ ହଜାର ରନ କରିଥିବା କ୍ରିକେଟରଙ୍କ ସୂଚୀରେ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିରୋଧ ଦ୍ବିଶତକୀୟ ଇନିଂସ ମଧ୍ୟ ଖେଳିଥିଲେ । ତେଣୁ ଆଇସିସି ପ୍ଲେୟାର ଅଫ୍ ଦି ଇୟର ନାମାଙ୍କନ ତାଲିକାରେ କାମିନ୍ଦୁ ମେଣ୍ଡସଙ୍କ ନାଁ ମଧ୍ୟ ସାମିଲ୍ କରିଛି ।...