ମାଳଦ୍ୱୀପ ନୁହେଁ ଲକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଲା ଇସ୍ରାଏଲ୍‌

ନୂଆଦିଲ୍ଲୀ,୩ା୬ : ସୁନ୍ଦର ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ମାଳଦ୍ୱୀପ ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇ ଇସ୍ରାଏଲ୍‌ ପର୍ଯ୍ୟଟକମାନଙ୍କ ଆଗମନ ଉପରେ ନିଷେଧାଦେଶ ଲଗାଇଛି। ଫଳରେ ମାଳଦ୍ୱୀପକୁ ବର୍ଜନ କରି ଭାରତୀୟ ବେଳାଭୂମି ବିଶେଷ କରି ଲାକ୍ଷାଦ୍ୱୀପ ଭ୍ରମଣ କରିବାକୁ ଇସ୍ରାଏଲ୍‌ ଏହାର ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛି। ଭାରତୀୟ ବେଳାଭୂମିଗୁଡ଼ିକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଓ ଭଲ ଆତିଥେୟତା ମିଳିଥାଏ ବୋଲି ଇସ୍ରାଏଲ୍‌ ଦୂତାବାସ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି। ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […] The post ମାଳଦ୍ୱୀପ ନୁହେଁ ଲକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଲା ଇସ୍ରାଏଲ୍‌ appeared first on Dharitri Odia News.

ମାଳଦ୍ୱୀପ ନୁହେଁ ଲକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଲା ଇସ୍ରାଏଲ୍‌

ନୂଆଦିଲ୍ଲୀ,୩ା୬ : ସୁନ୍ଦର ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ମାଳଦ୍ୱୀପ ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇ ଇସ୍ରାଏଲ୍‌ ପର୍ଯ୍ୟଟକମାନଙ୍କ ଆଗମନ ଉପରେ ନିଷେଧାଦେଶ ଲଗାଇଛି। ଫଳରେ ମାଳଦ୍ୱୀପକୁ ବର୍ଜନ କରି ଭାରତୀୟ ବେଳାଭୂମି ବିଶେଷ କରି ଲାକ୍ଷାଦ୍ୱୀପ ଭ୍ରମଣ କରିବାକୁ ଇସ୍ରାଏଲ୍‌ ଏହାର ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛି। ଭାରତୀୟ ବେଳାଭୂମିଗୁଡ଼ିକରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଓ ଭଲ ଆତିଥେୟତା ମିଳିଥାଏ ବୋଲି ଇସ୍ରାଏଲ୍‌ ଦୂତାବାସ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।

ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଯାଇ ଏହାର ବେଳାଭୂମିକୁ ପ୍ରଶଂସା କରିବା ସହ ସେଠାକାର ଅଞ୍ଚଳବାସୀଙ୍କ ଆତିଥେୟତା ବେଶ୍‌ ପ୍ରଶଂସନୀୟ ବୋଲି କହିଥିଲେ। ତେବେ ସେ ମାଳଦ୍ୱୀପର ବେଳାଭୂମି ପର୍ଯ୍ୟଟନକୁ ବିରୋଧ କରୁଥିବାର ଏକ ଭୁଲ୍‌ ଧାରଣା ଉକ୍ତ ଦ୍ୱୀପଦେଶରେ ସୃଷ୍ଟି ହୋଇଥିଲା। ଏପରିକି କେତେଜଣ ମାଳଦ୍ୱୀପ ମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ମାଳଦ୍ୱୀପ ବେଳାଭୂମି ବର୍ଜନ କରିବା ନେଇ ଏକ କ୍ୟାମ୍ପେନ୍‌ ବା ଅଭିଯାନ ଆରମ୍ଭ ହୋଇଥିଲା।

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଭାରତ ବିରୋଧୀ ମନୋଭାବ ଯୋଗୁ ସେଠାକୁ ଭାରତୀୟ ପର୍ଯ୍ୟଟକ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ମାଳଦ୍ୱୀପ ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ବେଳେ ଇସ୍ରାଏଲ୍‌ ପର୍ଯ୍ୟଟକ ନ ଆସିବା ଦ୍ୱାରା ଏହା ଆହୁରି ପ୍ରଭାବିତ ହେବ ବୋଲି କୁହାଯାଉଛି।

The post ମାଳଦ୍ୱୀପ ନୁହେଁ ଲକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଲା ଇସ୍ରାଏଲ୍‌ appeared first on Dharitri Odia News.