ମାଡ଼ ପରେ ପୁଣି ତାତିଲେ ହିମାଂଶୁ, କହିଲେ ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି
ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଘଟଣାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଶନିବାର ପ୍ରତିକ୍ରିୟା ରଖିଥିଲେ। ତାଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଛନ୍ତି ନିଜେ ବିଧାୟକ ହିମାଂଶୁ । ସେ କହିଛନ୍ତି, ଦଳ ନିର୍ବିଶେଷରେ ଜଣେ ବିଧାୟକଙ୍କୁ ମାଡ଼ ହେବା ସମ୍ବେଦନଶୀଳ ଘଟଣା। ସମ୍ବେଦନ ପ୍ରକାଶ ନ କରି ଓଲଟା ପାଲଟା କହିବା ନିନ୍ଦାଜନକ। ୩୦୦ ମିଟର ଦୂରରୁ ତାଙ୍କ କର୍ମୀ ହୋହଲ୍ଲା କଲେ, ବିଜେଡି ଏଇ ଶିକ୍ଷା ଦେଇଛି କି? ଯଦି […] The post ମାଡ଼ ପରେ ପୁଣି ତାତିଲେ ହିମାଂଶୁ, କହିଲେ ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି appeared first on Dharitri Odia News.
ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଘଟଣାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଶନିବାର ପ୍ରତିକ୍ରିୟା ରଖିଥିଲେ। ତାଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଛନ୍ତି ନିଜେ ବିଧାୟକ ହିମାଂଶୁ । ସେ କହିଛନ୍ତି, ଦଳ ନିର୍ବିଶେଷରେ ଜଣେ ବିଧାୟକଙ୍କୁ ମାଡ଼ ହେବା ସମ୍ବେଦନଶୀଳ ଘଟଣା। ସମ୍ବେଦନ ପ୍ରକାଶ ନ କରି ଓଲଟା ପାଲଟା କହିବା ନିନ୍ଦାଜନକ। ୩୦୦ ମିଟର ଦୂରରୁ ତାଙ୍କ କର୍ମୀ ହୋହଲ୍ଲା କଲେ, ବିଜେଡି ଏଇ ଶିକ୍ଷା ଦେଇଛି କି? ଯଦି ମୋତେ ଆକ୍ରମଣ ହୋଇନି, ତେବେ ଗାଡ଼ି ଭାଙ୍ଗିଲା କେମିତି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି। ଡୋମିନେଟ ରାଜନୀତି କରୁଥିଲେ।
ବିରଜା ପ୍ରକଳ୍ପ ନାଁ ନେଇ ଲୋକଙ୍କୁ ଭଣ୍ଡାଇଛନ୍ତି ବୋଲି ହିମାଂଶୁ କହଛନ୍ତି।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାତିରେ କଳାକାର୍ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ।
ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ ଦଳର ହାତବାରିସି ସାଜିଛି ପୋଲିସ। ବିଜେଡି ସରକାରରେ ଯେମିତି କାର୍ଯ୍ୟାନୁଷ୍ଠାନ ପୋଲିସ ନେଉଥିଲା ଏବେ କାହିଁକି ନେଉନାହିଁ। ବିଧାୟକ ତାଙ୍କ ଗାଡ଼ିରୁ ଆଗେ ଓହ୍ଲାଇଛନ୍ତି ସେ ଅଯଥା ମିଛ କଥା କହୁଛନ୍ତି।
ଅନ୍ୟପକ୍ଷରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ ଏସ୍ଡିଜିଏମ୍ଙ୍କ ବାସଭବନକୁ ଅଣାଯାଇଛି। ତାଙ୍କୁ ଗିରଫ କରାଯାଇ ଏସ୍ଡିଜିଏମ୍ଙ୍କ ବାସଭବନକୁ ଅଣାଯାଇଛି। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା।
The post ମାଡ଼ ପରେ ପୁଣି ତାତିଲେ ହିମାଂଶୁ, କହିଲେ ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି appeared first on Dharitri Odia News.