ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ

ଭୁବନେଶ୍ୱର,୭।୧୧: ଇଡିକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ମୂଲ୍ୟର ୪ ମହଲା କୋଠା, ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ଜମି ଠାବ କରାଯାଇଛି। ସେହିପରି ୫୫ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା, ଗୋଟିଏ ୪ ଚକିଆ, ୩ଟି ଦୁଇ ଚକିଆ; […] The post ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ appeared first on Dharitri Odia News.

ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ

ଭୁବନେଶ୍ୱର,୭।୧୧: ଇଡିକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ମୂଲ୍ୟର ୪ ମହଲା କୋଠା, ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ଜମି ଠାବ କରାଯାଇଛି। ସେହିପରି ୫୫ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା, ଗୋଟିଏ ୪ ଚକିଆ, ୩ଟି ଦୁଇ ଚକିଆ; ୨୯ ଲକ୍ଷର ସୁନା, ଘରକରଣା ଠାବ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ତାଲିକାରେ ଏହା ସବୁଠୁ ଅଧିକ। ଅମାପ ସମ୍ପତ୍ତି ଠୁଳ ମାମଲାରେ ବିଜୟଙ୍କୁ ଭିଜିଲାନ୍ସ ଗିରଫ କରିଛି।

The post ଜୁନିୟର ମ୍ୟାନେଜରଙ୍କ ଅମାପ ସମ୍ପତ୍ତି ଦେଖି ହୋଇଯିବେ ତାଜୁବ, ପ୍ରକୃତ ଆୟଠାରୁ ୭୩୬ ପ୍ରତିଶତ ଅଧିକ appeared first on Dharitri Odia News.